ଓଡିଶା

ହାତୀର ଆତ୍ମା ଶାନ୍ତି ପାଇଁ ହେଲା ନାମଯଜ୍ଞ ଓ ରୁଦ୍ରାଭିଷେକ

ଯୁଯୁମୁରା: ଦନ୍ତାର ହାତୀର ଆତ୍ମା ଶାନ୍ତି ପାଇଁ ଆୟୋଜନ କଲେ ନାମଯଜ୍ଞ ଓ ରୁଦ୍ରାଭିଷେକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ନୂଆବରଣ୍ଡାମାଳ ପଞ୍ଚାୟତ ଅଧିନ ସାପଲହରାରେ । ପୋଖରୀରୁ ଉଦ୍ଧାର ଦନ୍ତାର ମୃତ୍ୟୁ ଘଟଣାକୁ ୧୨ ଦିନ ଅତିକ୍ରମ କରିଛି। କିନ୍ତୁ ହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଝୁରି ହେଉଛନ୍ତି। ଦନ୍ତାର ଆତ୍ମା ଶାନ୍ତି ସକାଶେ ଏଠାରେ ନାମଯଜ୍ଞର ଆୟୋଜନ କରାଯାଇଛି। ଅଞ୍ଚଳବାସୀ ବିଷ୍ଣୁ ସହସ୍ର ନାମଯଜ୍ଞ ଓ ରୁଦ୍ରାଭିଷେକ ଆୟୋଜନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ନରେଶ ପ୍ରଧାନ ଓ ଟିକି ପ୍ରଧାନ ଏବଂ ସୁନନ୍ଦ ପ୍ରଧାନ ଓ କବିତା ପ୍ରଧାନ କର୍ତ୍ତା ଭାବେ ପୂଜାରେ ବସିଥିଲେ। ଏହି ବିରଳ କାର୍ଯ୍ୟରେ ପଡ଼ିଆବାହାଲ ଆଞ୍ଚଳିକ ପଣ୍ଡିତ ସଂଘ ବିଶେଷ ସହଯୋଗ କରୁଛି। ହେଲେ ବନ ବିଭାଗ ଆଜି ବି ଚୁପ୍ ରହିଛି। ହାତୀ ମୃତ୍ୟୁ ପରେ ଅଂଚଳବାସୀ ଅନୁତପ୍ତ ଥିବାବେଳେ ବନ ବିଭାଗ ନିରବଦ୍ରଷ୍ଟା ସାଜିଛି। ସତେ ଯେମିତି ବନ ବିଭାଗ ହାତୀର ମୃତ୍ୟୁ ପାଇଁ ଆଦୌ ଦାୟୀ ନୁହଁନ୍ତି।ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, ମା’ ଲକ୍ଷ୍ମୀ ଓ ବିଦ୍ୟାଦାତା ଗଣେଶଙ୍କ ପ୍ରତୀକ ହେଉଛନ୍ତି ହାତୀ।

ପ୍ରତ୍ୟେକ ହିନ୍ଦୁ ଏହାକୁ ବିଶ୍ବାସ କରନ୍ତି। ମାହୁନ୍ତ ହନ୍ତମାନେ ହାତୀ ବୁଲାଇବାକୁ ଆଣିଲେ ଗାଁଗାଁରେ ପୂଜା କରିବା ସହ ଧାନ ଖାଇବାକୁ ଦିଅନ୍ତି। ତେବେ ଗାଁ ପୋଖରୀର ହାତୀର ମୃତ୍ୟୁ ହେଲା ପରେ କେମିତି ବା ଘରେ ରହିଥାନ୍ତେ ଲୋକେ? ଗାଁ ଲୋକେ ପାଣିରେ ପଡ଼ିଥିବା ଦନ୍ତାକୁ ଦେଖିବାକୁ ଯାଇଥିଲେ। ତେଣୁ ମୃତ ଦନ୍ତାର ଆତ୍ମାର ଶାନ୍ତି ପାଇଁ ଅଂଚଳବାସୀ ବିଷ୍ଣୁ ସହସ୍ର ନାମଯଜ୍ଞ ଆୟୋଜନ କରିଛନ୍ତି। ବିଦ୍ୟାଭୂଷଣ ନାୟକ ଓ ସୁଦୀପ୍ତ ନାୟକଙ୍କ ନେତୃତ୍ବରେ ୨୫ ଜଣ ପଣ୍ଡିତ ଉପସ୍ଥିତ ରହି ବିଷ୍ଣୁ ସହସ୍ର ନାମ ପାଠ କରିବା ସହ ରୁଦ୍ରାଭିଷେକ କରିଛନ୍ତି।ସୂଚନାଯୋଗ୍ୟ ଦନ୍ତା ହାତୀଟି ବସୁମତୀ ସ୍ନାନ ଦିନ ଗାଁ ପୋଖରୀକୁ ପଶି ଆସିଥିଲା।

ଫଳରେ ସେଠାରେ ସେ ମୃତ୍ୟୁମୁଖରେ ପଡ଼ିଥିଲା। ଅଞ୍ଚଳବାସୀ ହାତୀ ଆତ୍ମାର ଶାନ୍ତି ସକାଶେ ଏହା ଆୟୋଜନ କରାଯାଇଛି। ହାତୀଟିକୁ ଜଣେ ଶିକାରୀ ଶିକାର କରିଥିବା ବେଳେ ହତ୍ୟା ହୋଇଥିବା କାରଣରୁ ହାତୀଟିର ଆତ୍ମା ଶାନ୍ତି ପାଇ ନାହିଁ। ଫଳରେ ଆତ୍ମା ଶାନ୍ତି ସକାଶେ ଏହା ଆୟୋଜନ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଗୁଳିବିଦ୍ଧ ଦନ୍ତା ମୃତ୍ୟୁର ୧୨ ଦିନ ପରେ ମଧ୍ୟ ବନ ବିଭାଗର ଜଣେ ହେଲେ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି।

Related posts

ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

mahabharatanews

ଭୁବନେଶ୍ୱରରେ ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ” ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଓଏଏସ ସ୍ତରରେ ବଡଧରଣର ଅଦଳବଦଳ

mahabharatanews