ଓଡିଶାପାଣିପାଗ

କିଛିଦିନ ହେବେ ଗ୍ରାମରେ ନିର୍ମିତ ଫୋଲ ଭାଙ୍ଗିଯିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କଲେ ଗ୍ରାମବାସୀ ।

ନୂଆ ପୋଲ ଭାଙ୍ଗିଯିବାରୁ ପ୍ରଖର ସ୍ରୋତ ମଧ୍ୟରେ ମୃତଦେହ କାନ୍ଧରେ ବୋହିଲେ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ନୂଆହତା ପଞ୍ଚାୟତର ବାଲିସାହି ଗୋଛାୟତ ବସ୍ତିରୁ ଆସିଛି ଏକ ହୃଦୟବିଦାରକ ଘଟଣା।ଲଗାଣ ବର୍ଷାରେ ନୂତନ ନିର୍ମିତ ପୋଲର ଏକ ବଡ଼ ଅଂଶ ଭାସିଯିବାରୁ ଗାଁର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ଏଭଳି ସମୟରେ ଗ୍ରାମର ବାସିନ୍ଦା କାଳିଆ ଗୋଛାୟତଙ୍କ ପରଲୋକ ହୋଇଥିଲା। ଏପରିକି ଶବ ସତ୍କାର ପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଗ୍ରାମବାସୀ ଦୁଇ ପାର୍ଶ୍ୱର ଗଛରେ ଦଉଡି ବାନ୍ଧି, ସେହି ଦଉଡିକୁ ଧରି ପ୍ରଖର ସ୍ରୋତ ମଧ୍ୟରେ ମୃତଦେହକୁ କାନ୍ଧରେ ବୋହି ଶ୍ମଶାନକୁ ନେଇଥିଲେ।ଏହି ସମୟରେ ତିନି ଜଣ ବ୍ୟକ୍ତି ଜଳସ୍ରୋତରେ ଭାସିଯାଇଥିଲେ। ସୌଭାଗ୍ୟବଶତଃ ସେମାନେ ଗଛର ଡାଳ ଧରି ସେମାନଙ୍କ ଜୀବନ ବଞ୍ଚାଇଥିଲେ ଏବଂ ପରେ ଗ୍ରାମବାସୀ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।ସ୍ଥାନୀୟ ଲୋକଙ୍କ ଅଭିଯୋଗ,

ମାତ୍ର କିଛି ମାସ ପୂର୍ବରୁ ନିର୍ମିତ ଏହି ପୋଲ ପ୍ରଥମ ବଡ଼ ବର୍ଷାରେ ହିଁ କ୍ଷତିଗ୍ରସ୍ତ ହୋଇଯାଇଛି, ଯାହା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।ଏବେ ଅଞ୍ଚଳବାସୀ କ୍ଷତିଗ୍ରସ୍ତ ପୋଲର ତୁରନ୍ତ ପୁନଃନିର୍ମାଣ, ଘଟଣାର ତଦନ୍ତ ଓ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related posts

୨୨ ତାରିଖରେ ଓଡ଼ିଶାରେ ଅଧା ଛୁଟି

mahabharatanews

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା

mahabharatanews

ଆଇଏଏସଙ୍କୁ ରାଜ୍ୟ ସରକାରଙ୍କ ନୁଆ ବର୍ଷ ଭେଟି: ବହୁ ଅଧିକାରୀଙ୍କୁ ପଦୋନ୍ନତି

mahabharatanews