ଭାରତ

ମୁମ୍ବାଇରେ ଲଗାଣ ବର୍ଷା , ପହଂଚିଲେ ଏନଡିଆରଏଫର ୫ଟି ଟିମ

ମୁମ୍ବାଇ: ଭୀଷଣ ବର୍ଷା ଯୋଗୁଁ ମୁମ୍ବାଇ ବାସିନ୍ଦା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଲଗାଣ ବର୍ଷା କାରଣରୁ ଜଳମଗ୍ନ ହୋଇଛି ମୁମ୍ବାଇ। ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା କମୁ ନଥିବାରୁ ସ୍ଥାନୀୟ ପ୍ରଶାସନ ଏନଡିଆରଏଫର ୫ଟି ଟିମକୁ ପଠାଇଥିବା ସୂଚନା ମିଳିଛି। ବର୍ଷା ଏବଂ ନଦୀମାନଙ୍କର ଜଳସ୍ଥର ବଢୁଥିବା ସ୍ଥିତିକୁ ନଜର ରଖି ମୁଖ୍ୟମନ୍ତ୍ରୀ ଏକନାଥ ସିଂଧେ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି। ଗମ୍ଭୀର ସମସ୍ୟାକୁ ଦେଖି କେତେକ ଅଞ୍ଚଳରେ ଏନଡିଆରଏଫ ଟିମ ସଜାଗ ରହିଛି।ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା କିଛି ଦିନ ପାଇଁ ଲଗାଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଶୁକ୍ରବାର ପର୍ୟ୍ୟନ୍ତ ମୁମ୍ବାଇ ଏବଂ ଥାନେରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅନେ୍ଧରୀ ସବ-ୱେକୁ ବନ୍ଦ କରାଯାଇଛି। ସାୟନ, ବୋରିୱଲି, କାନ୍ଦିୱଲୀର କେତେକ ସ୍ଥାନରେ ବର୍ଷା ପାଣି ଭରି ଯାଇଛି।ବର୍ଷା କାରଣରୁ ମୁମ୍ବାଇର ଅବସ୍ଥା ହୋଇଛି ସଙ୍କଟାପନ୍ନ। ମୁମ୍ବାଇ ବ୍ୟତୀତ ନାଗପୁର, ଚିପଲୁନ, ରତ୍ନଗିରି, ମହାଡ଼,ଏବଂ ରାୟଗଡ଼ରେ ଏନଡିଆରଏଫର ଟିମକୁ ମୁତୟନ କରାଯାଇଛି। ମୁମ୍ବାଇର କେତେକ ଘରେ ମଧ୍ୟ ବର୍ଷା ପାଣି ପଶିଥିବାର ସୂଚନା ମିଳିଛି।

Related posts

TMC ମନ୍ତ୍ରୀଙ୍କ ଔଦ୍ଧତ୍ୟ: ରାଷ୍ଟ୍ରପତିଙ୍କ ବିରୋଧରେ ଦେଲେ କୁତ୍ସିତ ମନ୍ତବ୍ୟ

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews

ଏୟାର ଇଣ୍ତିଆ କର୍ମଚାରୀଙ୍କୁ ନୂଆ ରୂପ ଦେବେ ମନୀଷ ମଲହୋତ୍ରା

mahabharatanews