ଓଡିଶାପାଣିପାଗ

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୧୪ ଘଣ୍ଟା ଅର୍ଥାତ୍‌ ଶୁକ୍ରବାର ସକାଳରୁ ଶନିବାର ପର୍ଯ୍ୟନ୍ତ ଜଗତ୍‌ସିଂହପୁର, ପୁରୀ, ଢେଙ୍କାନାଳ, ଅନୁଗୁଳ, କଟକ, ସମ୍ବଲପୁର, ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ବାକି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ରବିବାର ଓ ସୋମବାର ମଧ୍ୟ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯିବା ସହ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।ଅନ୍ୟପକ୍ଷରେ ମୌସୁମୀ ସମୟ‌ରେ ବର୍ଷା ପରିମାଣ ବୃଦ୍ଧି ପାଇଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୪୧୭.୪ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ଏହି ସମୟରେ ୪୩୫.୬ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୪% ଅଧିକ। ୬ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ କେବଳ ଝାରସୁଗୁଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ୨୭% ରହିଛି। ୨୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।

Related posts

୨୪ ଘଣ୍ଟା ପୂର୍ବରୁ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ ୱାଲ

mahabharatanews

୧୧୦ ତମ ବିଜୁ ଜୟନ୍ତୀ ପାଳିତ

mahabharatanews

ନିଆଁରେ ଜଳି ମହିଳା ଗୁରୁତର

mahabharatanews