ଓଡିଶାରାଜନୀତିଵାଣିଜ୍ୟ

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

ଗୃହରେ ଉତ୍ତର ରଖିଲେ ଖଣି ଓ ଇସ୍ପାତ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସମୃଦ୍ଧ ଲାଗି ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ଟି ଇସ୍ପାତ କାରଖାନ ଥିବାବେଳେ ଆଗକୁ ଆହୁରି ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ଇସ୍ପାତ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଧ୍ରୁବଚରଣ ସାହୁ ରାଜ୍ୟରେ କେତେ ଇସ୍ପାତ କାରଖାନା ରହିଛି ଓ ଆଗକୁ କେତେଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ସେନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରେ ଆଗକୁ ଆହୁରି ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ ସୁନ୍ଦରଗଡର ସର୍ବାଧିକ ୩ଟି ଇସ୍ପାତ କାରଖାନା ରହିଥିବାବେଳେ ଯାଜପୁରରେ ୨ଟି କାରଖାନା ରହିଛି। ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେଉଁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ପ୍ରସ୍ତାବ ରହିଛି। ବର୍ତ୍ତମାନ ରାଜ୍ୟରେ ରହିଥିବା ୫୧ ଟି ଇସ୍ପାତ କାରଖାନା ମଧ୍ୟରୁ ବାର୍ଷିକ ୩୩.୧୨ ମିଲିୟନ ଟନ ଇସ୍ପାତ ଉତ୍ପାଦନ ହେଉଥିବା ଜଣାପଡିଛି।

Related posts

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews

ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

mahabharatanews

ଜୟପୁର ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ

mahabharatanews