ଓଡିଶା

ବାବୁସାନ ଘରକୁ ଫେରିବାକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା 

ଭୁବନେଶ୍ୱର : ବାବୁସାନ ଘରକୁ ଫେରି ଆସିଛନ୍ତି । ଯାହାକୁ ନେଇ  ଅପରାଜିତା କହିଲେ ସେ ଦୁଇ ଦିନ ବିଶ୍ରାମ ନେବେ । ତାପରେ ସବୁକଥା ବାବୁସାନ କହିବେ ବୋଲି କହିଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି ସୂଚନା ଦେଇଛନ୍ତି । ତାଙ୍କ ଘର ଆଗରେ ଭିଡ଼ ନଜମାଇବାକୁ ଅନୁରୋଧ କରିଛନ୍ତି । ତେବେ ଆଜି ସକାଳ ପ୍ରାୟ ୮ଟାରେ ଚେନ୍ନାଇରୁ ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସିଧାସଳଖ ଜଗନ୍ନାଥବିହାର ସ୍ଥିତ ଘରେ ଥିବା ବାପା ମାଆଙ୍କ ପାଖରେ ପହଞ୍ଚିଥିଲେ।

ବିମାନବନ୍ଦରରୁ ବାହାରିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି ବୋଲି କହିଛନ୍ତି ବାବୁସାନ୍‌। ଘରକୁ ଫେରିବା ପରେ ବାବୁସାନଙ୍କ ଘର ଆଗରେ ଫ୍ୟାନ୍‌ସଙ୍କ ଭିଡ଼ ଜମିଛି। ନିଜ ଫେଭରିଟ ଷ୍ଟାରଙ୍କ ଜୀବନ ପୁଣି ସ୍ୱାଭାବିକ ହେଇଯାଉ ବୋଲି ପ୍ରଶଂସକ କହିଛନ୍ତି। ଘରକୁ ଦିନତମାମ ଶୁଭେଚ୍ଛୁ ଆସୁଥିବା ମଧ୍ୟ ଦେଖିବାକୁ ମିଳିଛି। ସେପଟେ ଖୁବଶୀଘ୍ର ଖାରବେଳନଗର ଥାନା ପୋଲିସ ବାବୁସାନଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ପ୍ରକୃତିଙ୍କୁ ନେଇ ବିବାଦ ପରେ ଚେନ୍ନାଇ ଯାଇଥିଲେ ବାବୁସାନ। ଗତକାଲି ପ୍ରକୃତି ମିଶ୍ରଙ୍କ ବୟାନ୍‌ ରେକର୍ଡ କରିଛି ପୋଲିସ୍‌।.

Related posts

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

mahabharatanews

ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଗରମରୁ ତ୍ରାହି; ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା ସମ୍ଭାବନା 

mahabharatanews