ଓଡିଶା

ଓଡି଼ଶା ପଖାଳକୁ ମିଳୁ ଜିଆଇ ଟ୍ୟାଗ ମାନ୍ୟତା

ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଦାବି କଲେ ସମାଜସେବୀ

ଭୁବନେଶ୍ୱର: ଓଡି଼ଶା ପଖାଳକୁ ମିଳୁ ଜିଆଇ ଟ୍ୟାଗ ମାନ୍ୟତା । ଏନେଇ ସମାଜସେବୀ ଅଭୟ ପଟ୍ଟନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି। ଓଡି଼ଶାର ପଖାଳକୁ ସାରାଦେଶରେ ପରିଚିତ କରାଇବା ପାଇଁ ସମାଜସେବୀ ଶ୍ରୀ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ଗୋଟାଏ ସମୟରେ ବିମାନବନ୍ଦରରେ ସିଙ୍ଗଡାର ଦାମକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ କରି ସମାଜସେବୀ ଜଣଙ୍କ ଚର୍ଚ୍ଚାକୁ ଆସିଥିଲେ। ଆଦିମ କାଳରୁ ଓଡି଼ଶାର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପଖାଳ ପ୍ରିୟ ଖାଦ୍ୟ ଓ ଏହାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଲାଗି ସେ ଉଦ୍ୟମ କରୁଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ତାଙ୍କ କହିବା ଅନୁସାରେ ପ୍ରତ୍ୟେକ ଓଡି଼ଆ ପଖାଳ ଖାଇବାକୁ ଭଲ ପାଆନ୍ତି। ତେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏ ବାଦଦରେ କଣ ପଦକ୍ଷେପ ନେଉଛନ୍ତି ତାହା ଆଗକୁ ଜଣାପଡିବ। ତେବେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ସଦିଚ୍ଛା ରହିଲେ ପଖାଳକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related posts

ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରତ୍ୱ

mahabharatanews

୪୮ ଘଣ୍ଟା ପରେ ପୁଣି ବଢିବ ତାତି

mahabharatanews

ଶିକ୍ଷା ସଚେତନ ନିତି ଅନୁଯାଇ ସମଗ୍ର ରାଜ୍ୟରେ ଶିକ୍ଷା ରଥ ପରିଭ୍ରମଣ

mahabharatanews