ଓଡିଶା

ରାଜଧାନୀ ରେ ପୁଣି ଆତଙ୍କ ଖେଳାଇଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେ ଲୁଟେରା। ଏଥର ଟାର୍ଗେଟରେ ରାକ୍ଷୀ ଦୋକାନୀ। ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ନଗଦ ୨୫ହଜାର ଟଙ୍କା ଏବଂ ସୁନା ଚେନ। ମରଣାନ୍ତକ ଆକ୍ରମଣ ଯୋଗୁ ସଙ୍କଟାପନ୍ନ ଅବସ୍ଥାରେ ରାକ୍ଷୀ ବ୍ୟବସାୟୀ।

ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ରାକ୍ଷୀ ଦୋକାନୀ ବିକାଶ କୁମାର ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ୨ଟି ପଲସର ବାଇକରେ ଚାରି ଜଣ ଦୁର୍ବୁତ୍ତ ପିଛା କରି ଡ଼ିଏଭି ସ୍କୁଲ ସମ୍ମୁଖରେ କରିଥିଲେ ଆକ୍ରମଣ। ବିକାଶଙ୍କୁ ଲହୁଲୁହାଣ କରି ଲୁଟିନେଲେ ଟଙ୍କା ଏବଂ ସୁନା ଚେନ। ଘଟଣାର ସମସ୍ତ ସିସିଟିଭି ଫୁଟେଜ ପୁଲିସର ହସ୍ତଗତ ହୋଇଥିବା ଅପରଧୀଙ୍କୁ ଧରିବା ପାଇଁ ପୁଲିସର ତନାଘନା। ସେପଟେ ଏହିପରି ଘଟଣା ପରେ ରାଖୀ ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି।

Related posts

୩୦ ଯାଏଁ ବଢିବ ଲକଡାଉନ ଅବଧି: କ୍ୟାବିନେଟ ନିଷ୍ପତ୍ତି

mahabharatanews

ବଢୁଛି ଡେଙ୍ଗୁର ପ୍ରାଦୁର୍ଭାବ,ମଶା ଶରୀରରେ ପରିବର୍ତ୍ତନ

mahabharatanews

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

mahabharatanews