ଓଡିଶା

ବାଇକକୁ ଚାପିଳା ଟ୍ରକ, ବାଇକ ଆରୋହୀ ମୃତ

ନୂଆପଡା: ଟ୍ରକ ଧକ୍କାରେ ବାଇକ ଚାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଭଣ୍ଡାପରିପଡା ଛକରେ। ମୃତକ ଜଣକ ହଲେ ବୋଡେ଼ନ ତହସିଲର କାର୍ୟ୍ୟରତ ଅମିନ ନୃପମଣି ହରପାଳ ବୋଲି ଜଣାପଡିଛି। ବାଇକରେ ଯାଉଥିବା ସମୟରେ ପଛପଟୁ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଏଥିରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ଅଛନ୍ତି। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥି ସହ ଟ୍ରକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Related posts

ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ପୋଲିସର ଚଢ଼ାଉ…

mahabharatanews

ଆଜିଠାରୁ କୋହଳ ହେଲା କଟକଣା ମାଲକାନଗିରିରେ

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews