ଓଡିଶା

ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସସ୍ତରରେ ଅଦଳବଦଳ କରାଯାଇଛି। ବ୍ରହ୍ମପୁର କନସୋଲିଡେସନ ଆଣ୍ଡ ସେଲଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ସେହିପରି ଓଏସଆରଟିସିର ଜିଏମ ବ୍ରଜଗୋପାଳ ଆଚାର୍ଯ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବିଶିକେଶନ ଦେହୁରୀଙ୍କୁ ଓଏସଆରଟିସିର ଜିଏମ ଭାବେ ବଦଳି କରାଯାଇଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ରଶ୍ମିତାରାଣୀ ତରାସିଆଙ୍କୁ ରାଜ୍ୟ ହାଉସିଂ ବୋର୍ଡର ସଚିବ ଭାବେ ବଦଳି କରାଯାଇଛି। ବଣାଇ ଆଇଟିଡିଏର ପିଏ ଲଲାଟ କୁମାର ଲୁହାଙ୍କୁ ବରଗଡ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

Related posts

ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews

 ରଥ ଦଉଡି ଛିଡ଼ିବା ଘଟଣା : ଆଖି ବୁଜିଲେ  ଭୋଇ ସେବକ

mahabharatanews

ବିଦ୍ୟାଙ୍କ ୩ ନମ୍ବର ଚିଠିରେ ଅକ୍ଷୟଙ୍କ ନାଁ

mahabharatanews