ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ କରୋନା  ସଂକ୍ରମଣ ବଢିଛି ;  ୨୬୦ ଜଣ କରୋନା  ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ  କରୋନା  ସଂକ୍ରମଣ ବଢିଛି । ଗତକାଲି ରାଜ୍ୟରେ  ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ  ୨୬୦ ଜଣ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ମଧ୍ୟରେ ଅଛନ୍ତି୨୯ ଜଣ। ସଂଗରୋଧ କେନ୍ଦ୍ରରୁ ୧୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୧୦୮ଜଣ। ସର୍ବାଧିକ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରେ ୪୯ ଜଣ ।

ସେହିପରି ଅନୁଗୁଳ ଜିଲ୍ଲାରୁ  ୧ଜଣ , ବାଲେଶ୍ୱର ଜିଲ୍ଲାରୁ ୯ ଜଣ , ବରଗଡ ଜିଲ୍ଲାରୁ ୪ ଜଣ , ବଲାଙ୍ଗୀରି ଜିଲ୍ଲାରୁ ୯ଜଣ , କଟକ ଜିଲ୍ଲାରୁ ୧୦ ଜିଲ୍ଲାରୁ , ଦେବଗଡ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧ଜଣ , ଗଂଜାମ ଜିଲ୍ଲାରୁ ୨ଜଣ , ଜଗତସିଂହପୁର ଜିଲ୍ଲାରୁ ୫ଜଣ , ଯାଜପୁର ଜିଲ୍ଲାରୁ ୫ ଜଣ, ଝାରସୁଗୁଡା ୧, କଳାହାଣ୍ଡି ଜିଲ୍ଲାରୁ ୧୯ଜଣ , କନ୍ଧମାଳ ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ , ନବରଙ୍ଗପୁର ଜିଲ୍ଲାରୁ ୫ ଜଣ , ନୟାଗଡ ଜିଲ୍ଲାରୁ ୧୨ଜଣ , ନୂଆପଡା ଜିଲ୍ଲାରୁ ୨୯ଜଣ , ପୁରୀ ଜିଲ୍ଲାରୁ ୭ ଜଣ , ରାୟଗଡା ଜିଲ୍ଲାରୁ ୪ଜଣ , ସମ୍ବଲପୁର ଜିଲ୍ଲାରୁ ୧୯ ଜଣ , ସୋନପୁର ଜିଲ୍ଲାରୁ ୬ ଜଣ , ସୁନ୍ଦରଗଡ ଜିଲ୍ଲାରୁ ୪୧, ଷ୍ଟେଟପୋଲ  ରୁ ୯ ଜଣ କରୋନା  ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

 

Related posts

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ, ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ପାଇଁ ଆହ୍ବାନ

mahabharatanews

ସଂଗରୋଧ କେନ୍ଦ୍ର ରେ ଏସ.ଏଚ.ଜି ଗ୍ରୁପ ଯୋଗାଉଛି ସୁସ୍ଵାଦୁ ମିଠା

mahabharatanews

ତାତିଲେ ଅଭିଭାବକ, ପ୍ରିନ୍ସିପାଲଙ୍କୁ ଘେରିଲେ

mahabharatanews