ଓଡିଶା

ଗେମ୍‌ ଖେଳୁଥିବା ବେଳେ ଫାଟିଲା ମୋବାଇଲ, ଅଳ୍ପକେ ବର୍ତିଲେ ଯୁବକ

ବିନିକା : ଆଜିର ଯୁବ ପିଢ଼ି ମୋବାଇଲେ ବିନା ରହିବ କଥା ବି ଭାବିପାରୁନାହାନ୍ତି । ମୋବାଇଲେ ଯେମିତି ତାଙ୍କ ଜୀବନ । ଆଉ ଅନେକ ସମୟରେ ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ଦେଖିବାକୁ ମିଳିଥାଏ । ଆଜି ସେମିତି ମୋବିଲେ ହୋଇଯାଇଛି କାଳ । ଫ୍ରି ଫାୟାର ଗେମ୍‌ ଖେଳୁଥିବା ବେଳେ ହଠାତ୍‌ ବ୍ଲାଷ୍ଟ କଲା ମୋବାଇଲ୍‌। ଅଳ୍ପକେ ବର୍ତ୍ତିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ ।

ସୂଚନାନୁସାରେ , ବିନିକା ବ୍ଲକ ମହଦା ପଞ୍ଚାୟତ କେନପାଲି ଗାଁର ୨୨ ବର୍ଷୀୟ ଯୁବକ ପୁରୁଣ ଜାଲ ମୋବାଇଲକୁ ତଳେ ରଖି ଫ୍ରି’ ଫାୟାର ଗେମ୍‌ ଖେଳୁଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ମୋବାଇଲଟି ବ୍ଲାଷ୍ଟ କରିଥିଲା। ବ୍ଲାଷ୍ଟ ପରେ ମୋବାଇଲ୍‌ଟି ଛିନ୍‌ଛତର ହୋଇଯାଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲା ଯୁବକଙ୍କ ଜୀବନ। ଅସାବଧାନତା ଯୋଗୁ ମୋବାଇଲ ଗୁଡ଼ିକ ଗରମ ହୋଇ ଫାଟି ଯାଉଛି। ଚାଇନା ମୋବାଇଲ ଗୁଡ଼ିକ ବେଶୀ ଫାଟି ଯାଉଥିବା ଅଭିଯୋଗ ହେଉଛି। ତେଣୁ ମୋବାଇଲେ ସାବଧାନତା ସହିତ ବ୍ୟବହାର କରନ୍ତୁ , ଆଉ ସୁରକ୍ଷିତ ରୁହନ୍ତୁ ।

Related posts

ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମହାନଦୀ ପାଇଁ ଗଠନ ହେଲା ମହାକମିଟି

mahabharatanews

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଧାନ

mahabharatanews