ଅପରାଧଓଡିଶା

ଏମ୍ସରେ ଦଲଲାମାନଙ୍କୁ ସାବାଡ କରିଛି ପୋଲିସ

ଭୁବନେଶ୍ୱର: ଏମ୍ସରେ ଦଲଲାମାନଙ୍କୁ ସାବାଡ କରିଛି କମିଶନରେଟ ପୋଲିସ । ୧୩ ଜଣ ଦଲାଲଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ୧୦ ଟଙ୍କିଆ ଟିକେଟକୁ ୧୦୦୦ ଟଙ୍କାରେ ବିକ୍ରି କରିଥିବା ଏବଂ ଏମ୍ସରେ ଦଲାଲ ଗିରି ଚଲାଇଥିବା କିଛି ସ୍ଥାନୀୟ ଯୁବକ ଏବଂ ପଶ୍ଚିମ ବଙ୍ଗର କିଛି ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଏମ୍ସରେ ଦଲାଲ ରାଜ ଚଲାଇଥିବା ଏହି ଯୁବକ ମାନଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ପାଇବାପରେ ଭୁବନେଶ୍ୱର ଡିସିପିଙ୍କ ସ୍କ୍ୱାର୍ଡ ଏବଂ ଖଣ୍ଡଗିରିଥାନା ପୋଲିସ ଆରମ୍ଭ କରିଥିଲେ ଅପରେଶନ ।

ଏହି ଅପରେଶନରେ ପୋଲିସ ମାନେ ରୋଗୀ ବେଶରେ ଏମ୍ସକୁ ଯାଇ ଦଲାଲମାନଙ୍କ ଠାରୁ ୧୦ ଟଙ୍କିଆ ଟିକଟକୁ ୧୦୦୦ ଟଙ୍କା ଦେଇ ଆଣିଥିଲେ । ଏବଂ ଏହି ଟିକେଟ ଆଣିବା ପାଇଁ ସେମାନଙ୍କୁ ଦେବାକୁ ପଡିଥିଲା ଆଧାର କାର୍ଡ । ଏନେଇ ସ୍ପଷ୍ଟିକରଣ ହେବା ପରେ ପୋଲିସ ଏହି ୧୩ ଜଣ ଯୁବକଙ୍କୁ ଗିରଫ କରି ଥିଲା । ଏଭଳି ଘଟଣା କେବଳ ଓଡିଶାରେ ନୁହେଁ ଏହି ରାକେଟର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ବୋଲି ପୋଲିସ ସୂଚନା ଦେଇଛି।

Related posts

ଜିଲ୍ଲାପାଳଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ କ୍ଷମତା ରହିଛି: ହାଇକୋର୍ଟ

mahabharatanews

ଥଣ୍ଡା ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

mahabharatanews

ରାଜ୍ୟରେ କାର୍ଯ୍ୟକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍

mahabharatanews