bharatଅପରାଧଭାରତ

ଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି : ଇଡିକୁ ଅଦାଲତର ପ୍ରଶ୍ନ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ପ୍ରକ୍ରିୟା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ସତ୍ତ୍ୱେ ଜାତୀୟ ତଦନ୍ତକାରୀ ଏଜେନ୍ସି ଇଡି କାହିଁକି ଏଯାବତ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗିରଫ କରିନାହିଁ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।
ଖବର ଅନୁଯାୟୀ ପୂର୍ବରୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲ୍ଲିକ, ଫର୍ଣ୍ଣାଣ୍ଡିଜ୍ ଓ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅଭିନେତ୍ରୀଙ୍କ ଜାମିନ ଆବେଦନ ଉପରେ ନିଜର ରାୟକୁ ଶୁକ୍ରବାର ପାଇଁ ସଂରକ୍ଷିତ ରଖିଥିଲେ।

 

Related posts

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews

ମାର୍ଚ୍ଚରେ ଇଡ଼ିରେ ହଜାର ହେବେ କେଜ୍ରିୱାଲ

mahabharatanews

ଯୌତୁକ ପାଇଁ ସ୍ତ୍ରୀକୁ ଗଣଦୁଷ୍କର୍ମ

mahabharatanews