ଓଡିଶାରାଜନୀତି

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

ବ୍ୟୁରୋ : ୧୯୫୧ ରୁ ୨୦୧୯ ପଦ୍ମପୁରରେ ୧୬ ଥର ହୋଇଛି ନିର୍ବାଚନ । ବିଜେଡି ଗଠନ ପରଠାରୁ ପଦ୍ମପୁରରେ ୩ ଥର ଏହି ଦଳ ବାଜି ମାରିଛି । ୧୯୯୦ ରୁ ୧୯୯୫ ଜନତା ଦଳରୁ ବିଜୟ ରଞ୍ଜନ ସିଂ ବରିହା ବିଧାୟକ ହୋଇଥିବା ବେଳେ ୨୦୦୦ ମସିହାରେ ବିଜେଡିରୁ ବିଧାୟକ ହୋଇଥିଲେ ବିଜୟ ରଞ୍ଜନ ସିଂ ବରିହା । ସେହିପରି ୨୦୦୯ ଓ ୨୦୧୯ରେ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ମାତ ଦେଇଥିଲେ ବିଜୟ । ୨୦୦୯ରେ ବିଜେଡି ୬୭ ହଜାର ୯୧୩ ଭୋଟ ପାଇଥିବା ବେଳେ କଂଗ୍ରେସର ସତ୍ୟ ଭୁଷଣ ସାହୁ ୪୯ ହଜାର ୮୪୭ ଓ ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୨୯ ହଜାର ୬୫୧ ଖଣ୍ଡ ଭୋଟ ପାଇଥିଲେ ।

୨୦୧୪ ରେ ବିଜେପିରୁ ପ୍ରଦୀପ ପୁରୋହିତ ୬୮ ହଜାର ୯୪୨ ଭୋଟ ପାଇଥିବା ବେଳେ ବିଜେଡିରୁ ବିଜୟ ରଞ୍ଜନ ସିଂ ବରିହା ପାଇଥିଲେ ୬୪ ହଜାର ୪୨୯ ତେବେ ୨୦୧୯ରେ ୧୪ର ପ୍ରତିଶୋଧ ନେଇଥିଲା ବିଜେଡି । ବିଜେଡିରୁ ବିଜୟ ରଞ୍ଜନ ସିଂ ବରିହା ୮୩ ହଜାର ୨୯୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ୭୭ ହଜାର ୫୬୫ ଓ କଂଗ୍ରେସରୁ ସତ୍ୟ ଭୁଷଣ ସାହୁ ୩୨ ହଜାର ୨୮୭ ଖଣ୍ଡ ଭୋଟ ପାଇଥିଲେ । ତେବେ ବରଗଡ଼ ଜିଲ୍ଲାର ପଦ୍ମପୁର ଆସନଟି ଅଣ ସଂରକ୍ଷିତ ରହିଛି ।

ବିଗତ ୪ ବର୍ଷ ଭିତରେ ବରଗଡ଼ ଜିଲ୍ଲା ୨ ଟି ଉପନିର୍ବାଚନ ଦେଖିଛି । ଏହାକୁ ମିଶାଇ ତୃତୀତ ଉପନିର୍ବାଚନ ହେବାକୁ ଯାଉଛି । ଏହି ଆସନ ଟି ଅଣ ସରକ୍ଷିତ ରହିଥିବା ବେଳେ ପାଖପାଖି ୩୩% ଆଦିବାସୀ ସପ୍ରଦାୟ ରହିଛନ୍ତି । ତେବେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ କାଣ୍ଟେ କି ଟକର ହେବାକୁ ଯାଉଛି ବିଜେପିରୁ ପ୍ରଦୀପ ପୁରୋହିତଙ୍କ ନାଁରେ ଦଳ ମୋହର ମାରିଥିବା ବେଳେ କଂଗ୍ରେସ ଏଠି ସତ୍ୟ ଭୂଷଣ ସାହୁଙ୍କୁ ମୈଦାନକୁ ଓଲ୍ଲାଇଛି । ତେବେ ବିଜେଡିରୁ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ପାର୍ଥି ଦେବ ନା ଆଉ କାହାକୁ ସାମ୍ନାକୁ ଆଣିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Related posts

ସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା

mahabharatanews

ସମ୍ବଲପୁର ଗସ୍ତ ରେ ରାଜ୍ୟପାଳ

mahabharatanews

ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ

mahabharatanews