ଓଡିଶା

ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ହୋଟେଲ ସିସିଟିଭିକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି ଅନ୍ୟ ଦୁଇ ରୁଷୀୟ ନାଗରିକ । ଦୁଇ ନାଗରିକଙ୍କ ସହ ଗାଇଡ୍ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ରୁଷୀୟ ଦମ୍ପତିଙ୍କୁ ଓଡ଼ିଶା ଛାଡ଼ିବା ମନା | ସେପଟେ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍‌ ଗଠିତ ହୋଇଛି |

ଖୁବଶୀଘ୍ର ରାୟଗଡ଼ା ଯିବ କ୍ରାଇମବ୍ରାଞ୍ଚ ଟିମ୍ | ସେପଟେ ଜବତ ହୋଟେଲ ସିସିଟିଭିକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ | ଏଥି ସହ ହୋଟେଲର ରେଜିଷ୍ଟର ମଧ୍ୟ ଜାଞ୍ଚ କରୁଛି କ୍ରାଇମବ୍ରାଞ୍ଚ | ଏହା ଛାଡ ଦୁଇ ମୃତ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ସିଡ଼ିଆର ଜାଞ୍ଚ କରାଯାଇ ଉଭୟଙ୍କ ମୋବାଇଲକୁ ଫରେନସିକ ପଠାଯିବ | ରୁଷ ଦମ୍ପତି ଓ ଗାଇଡ଼ରଙ୍କ ମୋବାଇଲ ଫୋନର ମଧ୍ୟ ସିଡ଼ିଆର ଯାଂଚ କରାଯିବ | ତେବେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ନ ହୋଥିବା ବେଳେ ସବୁ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ସୂଚନା ମିଳିଛି |

Related posts

ଯାଜପୁର ବସଷ୍ଟାଣ୍ଡରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews

୨୩ରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews

ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

mahabharatanews