ଓଡିଶା

କଣ୍ଟେନରରେ ନିଆଁ ଲାଗି ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ନିକଟରେ ଛତ୍ରପୁର ଜାତୀୟ ରାଜପଥରେ ସ୍କୁଟି କଣ୍ଟେନରରେ ଲାଗିଲା ନିଆଁ । ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି । ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ସ୍କୁଟି ବୋଝେଇ ଟ୍ରକ୍‍ । ପ୍ରାୟ ୧ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ, ଇଲେକ୍ଟ୍ରି ସ୍କୁଟି ବୋଝେଇ କଣ୍ଟେନରଟି ଦିଲ୍ଲୀ ପ୍ରତାପଗଡ଼ରୁ ଆନ୍ଧ୍ରପ୍ରଦେଶ ସମପେଣ୍ଠାକୁ ଯାଉଥିଲା । ଏହି ସମୟରେ ବାଇପାସରେ ଉଜଳେଶ୍ୱରୀ ମନ୍ଦିର ନିକଟରେ ଏହି ଘଟଣା ଘଟିଥିଲା । ହଠାତ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ଭିତରେ ସମସ୍ତ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା । ପ୍ରାୟ ୧ ଘଣ୍ଟା ପରେ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ ତେବେ କଣ୍ଟେନର ଭିତରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।

Related posts

ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର

mahabharatanews

ଆଜି ବନକଲାଗି ନୀତି ; ୪ଘଣ୍ଟା  ସାଧାରଣ ଦର୍ଶନ ବନ୍ଦ

mahabharatanews

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ ଜନ୍ମାଷ୍ଟମୀ

mahabharatanews