Uncategorized

ପୁଅର ଜୀବନ ରକ୍ଷା ପାଇଁ ମାଆ,ର ଆକୁଳ ନିବେଦନ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ମଣିଷ ଜୀବନ ଦୁର୍ଲଭ ଜୀବନ । ହସଖୁସିର ସଂସାରକୁ ନେଇ ବାଟ ଚାଲୁଚାଲୁ କେତେବେଳେ ଉତ୍ଥାନ କେତେବେଳେ ପତନ ଘଟିଥାଏ । କିନ୍ତୁ କିଏ ଜାଣେ ସୁଖଦୁଃଖରେ ଚାଲିଥିବା ସଂସାରରେ ପୁଣି ବିପଦର କଳାବାଦଲ ଘୋଟିଯିବ।ଏପରି ଦୁଃଖଦ ଖବର ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଗ୍ରାମପଞ୍ଚାୟତ ଅଧିନ ଖାସପା ଗ୍ରାମର ଗୋଲା ପାତ୍ରଙ୍କ କନିଷ୍ଠ ପୁତ୍ର ନାରାୟଣ ପାତ୍ରଙ୍କ ସହ କରୁଣ ପରିସ୍ଥିତି ଦେଖାଯାଇଛି । ନାରାୟଣ ଜଣେ ସରଳ,ମିଷ୍ଟଭାଷୀ ଓ ଘରୋଇ ଶିକ୍ଷକ ଭାବେ ଆଖପାଖ ଅଞ୍ଚଳରେ ବେଶ୍ ସୁପରିଚିତ।ତେବେ ହଠାତ୍ ଦଇବର ଅଙ୍କକଷାରେ ଓଲଟିଗଲା ନାରାୟଣଙ୍କ ସୁନା ସଂସାର।ହସଖୁସିରେ ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ନାରାୟଣ ପାତ୍ର ହଠାତ୍ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣାରେ ଆଶୁ ଚିକିତ୍ସା କରିଥିଲେ । ପରବର୍ତ୍ତୀ ସମୟରେ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିବା ଡାକ୍ତରଙ୍କ ଚିକିତ୍ସାରୁ ଜାଣିବା ପରେ ପରିବାର ସହ ଅଞ୍ଚଳରେ ହାହାକାର ପରିସ୍ଥିତି ଖେଳିଗଲା।ନିଜର ବନ୍ଧୁ ପରିଜନ,ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ଆର୍ଥିକ ସହଯୋଗ ପାଇଁ ଅଭିଯାନ ଚଲାଇଛନ୍ତି । କିନ୍ତୁ ପାଖାପାଖି ୧୫ ଲକ୍ଷ ଟଙ୍କା ଆବଶ୍ୟକ ଥିବା ହେତୁ ମାଆ ନିଜ ପୁଅର ଜୀବନ ରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି । ଏହି ଖବର ପାଇବା ପାରେ ଗତ କାଲି ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନର ପ୍ରତିଷ୍ଠତା ଜି. ଶିବରାମ ପାତ୍ର,ହିଞ୍ଜିଳିକାଟୁ ବ୍ଲକ୍ ମୁଖ୍ୟ ନୀଳ ଭଉଳ,ରଞ୍ଜନ କୁମାର ସାହୁ ଏବଂ କୃଷ୍ଣ ଚନ୍ଦ୍ର ସୁଆଁସିଆ ନାରାୟଣ ଙ୍କ ଘରେ ପହଞ୍ଚି ତାଙ୍କ ମା କୁ ୩୦,୦୦୦ ଟଙ୍କା ସହାୟତାର ହାତ ବଢ଼ାଇଛନ୍ତି ଏବଂ ସମସ୍ତ ଭାରତ ବାସୀଙ୍କୁ ଅନୁରୋଧ ଆକାଉଣ୍ଡ ନମ୍ବର- ୩୩୧୨୨୯୪୬୮୮୫ / IFSC-୦୦୧୦୧୩୧ ନାରାୟଣ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ।

Related posts

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews

ପ୍ରଧାନମନ୍ତ୍ରୀ ଚୀନର ଉକ୍ତିକୁ ଗ୍ରହଣ କରି ସେନା ସହ ବିଶ୍ୱାସଘାତକତା କରିଛନ୍ତି: ରାହୁଲ

mahabharatanews

ଧନ-ସମୃଦ୍ଧି ପ୍ରାପ୍ତି ପାଇଁ ମକର ରାଶିର ବ୍ୟକ୍ତି ଆପଣାନ୍ତୁ ଏହି ଉପାୟ

mahabharatanews