ଓଡିଶା

ଗୁହାଳ ଘରେ ନିଆଁ ଲାଗି ଗାଈ ମୃତ

ବାଲେଶ୍ଵର : ମଶା ଧୁଆଁ ରୁ ନିଆଁ ଲାଗି ଜଳିଗଲା ଗୁହାଳ । ଗୋଟିଏ ଗାଈ ଜିବନ୍ତ ଦଗ୍ଧ ଓ ଦୁଇ ବାଛୁରୀ ଅର୍ଦ୍ଧ ଦଗ୍ଧ ହୋଇ ଗୁରୁତର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗୁଣ୍ଡରିମରା ଗ୍ରାମରେ। ଗ୍ରାମର ହରିପଦ ହାତୀଙ୍କ ଗୁହାଳରେ ଗୋରୁଗାଈ ମାନଙ୍କୁ ମଶା ଦାଉରୁ ସୁରକ୍ଷା ଦେବା ପାଇଁ ମଶାରୀ ଟଙ୍ଗାଇବା ସହିତ ଧୁଆଁ ଦେଇଥିଲେ । ତେବେ ବିଳମ୍ବିତ ରାତିରେ ସେହି ଧୁଆଁରୁ ନିଆଁ ଉତ୍ପନ୍ନ ହୋଇ ନିକଟରେ ଥିବା ମଶାରୀରେ ଲାଗିବା ସହିତ ଏଜବେଷ୍ଟ ଛପରରେ ନିଆଁ ଲାଗି ଗୁହାଳ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଉକ୍ତ ଘଟଣାରେ ଗୋଟିଏ ଗାଈ ଜୀବନ୍ତ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଦୁଇଟି ବାଛୁରୀ ଅର୍ଦ୍ଧଦଗ୍ଧ ହୋଇ ଗୁରୁତର ହୋଇଥିବା ଜଣା ପଡ଼ିଛି। ଏନେଇ ପରିବାର ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Related posts

ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

mahabharatanews

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଭୂକମ୍ପ ଝଟକା

mahabharatanews

ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା !

mahabharatanews