ଓଡିଶା

ଗୁହାଳ ଘରେ ନିଆଁ ଲାଗି ଗାଈ ମୃତ

ବାଲେଶ୍ଵର : ମଶା ଧୁଆଁ ରୁ ନିଆଁ ଲାଗି ଜଳିଗଲା ଗୁହାଳ । ଗୋଟିଏ ଗାଈ ଜିବନ୍ତ ଦଗ୍ଧ ଓ ଦୁଇ ବାଛୁରୀ ଅର୍ଦ୍ଧ ଦଗ୍ଧ ହୋଇ ଗୁରୁତର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗୁଣ୍ଡରିମରା ଗ୍ରାମରେ। ଗ୍ରାମର ହରିପଦ ହାତୀଙ୍କ ଗୁହାଳରେ ଗୋରୁଗାଈ ମାନଙ୍କୁ ମଶା ଦାଉରୁ ସୁରକ୍ଷା ଦେବା ପାଇଁ ମଶାରୀ ଟଙ୍ଗାଇବା ସହିତ ଧୁଆଁ ଦେଇଥିଲେ । ତେବେ ବିଳମ୍ବିତ ରାତିରେ ସେହି ଧୁଆଁରୁ ନିଆଁ ଉତ୍ପନ୍ନ ହୋଇ ନିକଟରେ ଥିବା ମଶାରୀରେ ଲାଗିବା ସହିତ ଏଜବେଷ୍ଟ ଛପରରେ ନିଆଁ ଲାଗି ଗୁହାଳ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଉକ୍ତ ଘଟଣାରେ ଗୋଟିଏ ଗାଈ ଜୀବନ୍ତ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଦୁଇଟି ବାଛୁରୀ ଅର୍ଦ୍ଧଦଗ୍ଧ ହୋଇ ଗୁରୁତର ହୋଇଥିବା ଜଣା ପଡ଼ିଛି। ଏନେଇ ପରିବାର ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Related posts

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews

କଇଁଛ ଧରିବାକୁ ଯାଇ ଚାଲିଗଲା ୩ ଜଣଙ୍କ ଜୀବନ

mahabharatanews

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews