ବିଶ୍ୱ

ଆମେରିକାରେ ଭାରତୀୟ ଛାତ୍ରକୁ ଗୁଳି ମାଡ

ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଯୁବକକୁ ଗୁଳିମାରି ହତ୍ୟା କରାଯାଇଛି । ସେ ଆମେରିକାର ଓହାଇଓରେ ଥିବା ଏକ ପେଟ୍ରୋଲ ପମ୍ପରେ କାମ କରି ନିଜର ପଢା ଖର୍ଚ୍ଚ ଉଠାଉଥିଲା । ମୃତ ଯୁବକର ଜଣଶଙ୍କ ହେଲେ ସାଇଶ ବୀରା ଓ ସେ ଆନ୍ଧ୍ରପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି । କଲମ୍ବସ ପୋଲିସ ଅଧିକାରୀମାନେ ପେଟ୍ରୋଲ ଟାଙ୍କିରେ ଗୁଳିକାଣ୍ଡ ହୋଇଥିବା ଖବର ପାଇଥିଲେ । ପୁଲିସ ସେଠାରେ ପହଞ୍ଚିବା ପରେ ସାଇଶ ବୀରାଙ୍କୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା । କଲମ୍ବସ ସହରର ଅଗ୍ନିଶମ ସେବା କର୍ମଚାରୀ ପହଞ୍ଚି ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେଠରେ ଡାକ୍ତର ତାଙ୍କୁ ମୃତ ଘୋଶଣା କରିଥିଲେ । ଘଟଣା ସଂପର୍କରେ ମୃତ ଯୁବକର ପରିବାର ଲୋକଙ୍କୁ ଅବଗତ କରାଯାଇଛି ବୋଲି ପୁଲିସ କହିଛି। କଲମ୍ବସ ଡିଭିଜନ ପୋଲିସ ସିସିଟିଭି କ୍ୟାମେରା ଫୁଟେଜକୁ ଉଦ୍ଧାର କରି ପୁଲିସ ସନ୍ଦିଗ୍ଧଙ୍କ ଏକ ଫଟୋ ମଧ୍ୟ ଜାରି କରିଛି ।

Related posts

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

ଭାରତର ଶ୍ରେଷ୍ଠ ୧୩ତମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

mahabharatanews

ଚର୍ଚ୍ଚ ଓ କବରଖାନାରେ ଗୁଳିମାଡ଼: ଦୁଇ ମୃତ, ୧୦ ଗୁରୁତର

mahabharatanews