(ଭୁବନେଶ୍ୱର) : ଆଜି ଓଡ଼ିଶା ଆସୁଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନିଜ ଗସ୍ତ ସମୟରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ତେବେ ଉଭୟଙ୍କ ଭେଟକୁ ନେଇ ବର୍ତ୍ତମାନ ଜୋରଧରିଛି ରାଜନୀତି ।
ସୂଚନାଅନୁସାରେ, ସେପଟେ ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟକୁ ନେଇ ସରଗରମ ହୋଇଛି ରାଜନୈତୀକ ମାହୋଲ । ନବୀନ-ନୀତିଶଙ୍କ ସାକ୍ଷାତକୁ କଡ଼ା ସମାଲୋଚନା କରିଛି ବିଜେପି । ଆପଣଙ୍କୁ କହି ରଖୁଛୁ ନୀତିଶ କୁମାର ବିଜେପିକୁ ମାତ୍ ଦେବା ପାଇଁ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିସାରିଛନ୍ତି ।
