ଓଡିଶା

ଅସହ୍ୟ ତାତି : ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ 

(ଭୁବନେଶ୍ୱର) : ରାଜ୍ୟରେ ବୃଦ୍ଧି  ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରକୋପ।  ପଶ୍ଚିମ ଓଡ଼ିଶା ପୁଣି ତାତିବା ଆରମ୍ଭ କରିଛି। ସୋମବାର ଦିନ ପ୍ରଚଣ୍ଡ ଖରା ଓ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେଲେଣି ରାଜ୍ୟବାସୀ ।  ତେବେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ଓ ସମ୍ବଲପୁରରେ ୪୧.୬ ଡିଗ୍ରି, ରାଉରକେଲାରେ ୪୧.୪, ସୁନ୍ଦରଗଡ଼ରେ ୪୧.୦ ଓ ବଲାଙ୍ଗୀରରେ ୪୦.୫ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି।

ସୂଚନାନୁଯାୟୀ , ଉପକୂଳ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ପାଗ ଜାରି ରହିବ।ଶରୀରକୁ ହାଇଡ୍ରେଟେଡ୍‌ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related posts

ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ମୃତ

mahabharatanews

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

mahabharatanews

‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ

mahabharatanews