ମନୋରଞ୍ଜନ

‘The Keral Story’ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି : ସୁପ୍ରିମକୋର୍ଟ

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀ ବ୍ୟାନ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଯଦି ଅନ୍ୟ ରାଜ୍ୟରେ ଶାନ୍ତିରେ ଏହି ଚଳଚ୍ଚିତ୍ର ଚାଲୁଛି ତେବେ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

 

ସୂଚନାନୁଯାୟୀ ,ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଉପରେ କଟକଣା ଲଗାଯିବା ଏବଂ ତାମିଲନାଡୁରେ ଅଘୋଷିତ କଟକଣା ବିରୋଧରେ ଚଳଚ୍ଚିତ୍ର ନିର୍ମାତା ବିପୁଲ ଶାହ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ‘ଦି କେରଳ ଷ୍ଟୋରୀ’ର ପ୍ରଯୋଜକମାନେ ପଶ୍ଚିମବଙ୍ଗରେ ଫିଲ୍ମ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି ।

ଶୁଣାଣି ବେଳେ ପ୍ରଧାନ ବିଚାରପତି ଜେଓ୍ବାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ, ଏହି ଫିଲ୍ମ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି। ପଶ୍ଚିମବଙ୍ଗ ମଧ୍ୟ ଦେଶର ଏକ ଅଂଶ, ଆପଣ କାହିଁକି ଫିଲ୍ମକୁ ଅଟକାଉଛନ୍ତି? ଯଦି ଫିଲ୍ମ ଅନ୍ୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିପାରିବ ତେବେ ପଶ୍ଚିମବଙ୍ଗରେ କାହିଁକି ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

Related posts

ପୁଣି ଭାରତରେ ଦିଶିଲା ହାନିଆଙ୍କ ଆକାଉଣ୍ଟ

mahabharatanews

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews

‘ବଏକଟ୍‌ ମାଳଦ୍ବୀପ’: ନାଗାର୍ଜୁନ ନିଜର ଗସ୍ତ କଲେ ବାତିଲ

mahabharatanews