ଖେଳ

ଗୁଜରାଟକୁ ହରାଇ ମୁମ୍ବାଇ ତୃତୀୟ ସ୍ଥାନରେ

ମୁମ୍ବାଇ : ସୂର୍ୟ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍ ଶତକ ପରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି। ୱାଙ୍ଖଡେ ଷ୍ଟାଡିୟମ୍ରେ ଶୁକ୍ରବାର ରାତିରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ଥିବା ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ୨୭ ରନ୍ରେ ପରାସ୍ତ କରି ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନକୁ ଉଠିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୧୮/୫ ସ୍କୋର କରିଥିଲା ବେଳେ ଗୁଜରାଟ ୧୯୧/୮ରେ ଅଟକି ଯାଇଥିଲା। ଟାଇଟନ୍ସର ଶୀର୍ଷ ୩ ବ୍ୟାଟର ଦୁଇ ଅଙ୍କରେ ପହଞ୍ଚିପାରିନଥିଲା ବେଳେ ୫୫ ରନ୍ ମଧ୍ୟରେ ଅଧା ଖେଳାଳି ପାଭିଲିଅନ୍ ଫେରିଯାଇଥିଲେ। ମଧ୍ୟକ୍ରମରେ ବିଜୟ ଶଙ୍କର ଦ୍ରୁତ ଭାବେ ରନ୍ ସଂଗ୍ରହ କରିଥିଲେ ସୁଦ୍ଧା ୨୯ ରନ୍ରେ ୱିକେଟ୍ ହରାଇଥିଲେ। ଇମ୍ପାକ୍ଟ ପ୍ଲେୟାର ଆକାଶ ମଧୱାଲ ତାଙ୍କୁ ଏଲ୍ବିଡବ୍ଲୁ କରିବାରୁ ପୁଣି ଥରେ ଟାଇଟନ୍ସ ବିପର୍ୟ୍ୟୟ ମୁହାଁ ହୋଇଥିଲା। ହେଲେ ଅଷ୍ଟମ ସ୍ଥାନରେ ବ୍ୟାଟିଂ ଆସିଥିବା ରସିଦ୍ ଖାନ୍ ବିସ୍ଫୋରକ ବ୍ୟାଟିଂ କରି ୨୧ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ଦର୍ଶକଙ୍କ ମନୋରଂଜନ କରିଥିଲେ। ଟ୍ବେଣ୍ଟି-୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ବି ଦଳକୁ ଜିତାଇବା ପାଇଁ ତାହା ପର୍ୟ୍ୟାପ୍ତ ହୋଇନଥିଲା। ରସିଦଙ୍କ ବିସ୍ଫୋରକ ପାଳିରେ ୩ ଚୌକା ଓ ୧୦ ଛକା ସାମିଲ ଥିଲା। ଜୋସେଫ୍ଙ୍କ ସହ ନବମ ୱିକେଟ୍ରେ ରସିଦ୍ ୪୦ ବଲ୍ରୁ ୮୮ଞ୍ଚ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ।

Related posts

ଟି-୨୦ ରାଙ୍କିଙ୍ଗ ଟପ୍-୧୦ରେ ୪ ଜଣ ଭାରତୀୟ ଖେଳାଳି

mahabharatanews

ବିରାଟ ଖୁବଶିଘ୍ର ଫର୍ମକୁ ଫେରିବେ: ମହେଲା ଜୟୱାର୍ଡେନ

mahabharatanews

ଆଇପିଏଲ୍‌ର ଆଜି ୨୨ତମ ଲିଗ ମ୍ୟାଚ

mahabharatanews