ଓଡିଶା

ଅସହ୍ୟ ତାତି : ପାରଦ ୪୫ ଡିଗ୍ରୀ ପାର

(ଭୁବନେଶ୍ୱର) : ଆଜି ବି ସକାଳୁ ପ୍ରଚଣ୍ଡ ଖରା । ଦିନ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୪ ଡିଗ୍ରି ଉପରେ ରାଜ୍ୟର ଦୁଇ ସହର ରହିଥିଲା। ୪୪.୪ ଡିଗ୍ରି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ୪୪ ଡିଗ୍ରି ତାପମାତ୍ରାରେ ରହିଥିଲା ଟିଟିଲାଗଡ଼ ସହର।

ସୂଚନାନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Related posts

କରୋନା: ଗୁଜବ ପ୍ରଚାର କରି ଯୁବକ ଗିରଫ

mahabharatanews

ଉଚ୍ଚଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଯୋଗଦାନ ନେଇ ସଫଳତା

mahabharatanews

 ବିଜେଡିରୁ ବିଦା ହେଲେ ବିଧାୟକ ପ୍ରଫୁଲ୍ଲ ମାଝି

mahabharatanews