ଓଡିଶା

୨୯ରୁ ଯୁକ୍ତ୨ ନାମଲେଖା

(ଭୁବନେଶ୍ୱର) :  ମେ’ ୨୯ରୁ ଯୁକ୍ତ୨ କଲେଜର ଏକାଦଶ ଶ୍ରେଣୀରେ ନାମଲେଖା  ପ୍ରକ୍ରିୟା ଆରମ୍ଭ ହେବ । ଦୁଇ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ।

ସୂଚନାନୁଯାୟୀ , କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ନାମଲେଖା କରିପାରିବେ ନାହିଁ । ୩ଟି ପର୍ଯ୍ୟାୟରେ ମେଧା‌ ତାଲିକା ପ୍ରକାଶ ସହ ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ଖୁବ୍‌ଶୀଘ୍ର ନାମଲେଖା ପ୍ରକ୍ରିୟାର ବିସ୍ତୃତ ତାରିଖ ଘୋଷଣା ହେବ। ଜୁଲାଇ ମାସରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ‌ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Related posts

୧୫ ହଜାର ୨୩ ହେକ୍ଟର ଜମିରେ ହେବ ଆଳୁଚାଷ

mahabharatanews

ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନୂଆ ରୂପରେ ସଜେଇବେ ଆକାଶ

mahabharatanews

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ୱାରା ପ୍ଲାଜମା ଥେରାପିର ଶୁଭାରମ୍ଭ

mahabharatanews