ମନୋରଞ୍ଜନ

ରିଲିଜ୍ ହେଲା ଆଦିପୁରୁଷର ଗୀତ ‘ରାମ ସିଆ ରାମ’

(ମୁମ୍ବାଇ) : ରିଲିଜ ହେଲା  ଆଦିପୁରୁଷ ଚଳଚ୍ଚିତ୍ରର ଦ୍ୱିତୀୟ ଗୀତ । ଏହି ଗୀତ ଆସିବା ମାତ୍ରେ ଦର୍ଶକଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କରିଛି । ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇପାରିଛି ଏହି ଗୀତ । ଏହି ଚଳଚ୍ଚିତ୍ରର ଟ୍ରେଲର ପରେ ଏହାର ଦ୍ୱିତୀୟ ଗୀତ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇପାରିଛି ।

ଆଦିପୁରୁଷଙ୍କ ଦ୍ୱିତୀୟ ଗୀତ ‘ରାମ ସିଆ ରାମ’ର ବେଶ୍ ପ୍ରଶଂସା କରାଯାଉଛି । ମାତ୍ର ୧ ଘଣ୍ଟା ମଧ୍ୟରେ ୧ .୨  ମିଲିୟନ୍ ଭ୍ୟୁ ପାଇ ସାରିଲାଣି ଏହି ଗୀତ । ସୋସିଆଲ ମିଡିଆ ଟ୍ରେଣ୍ତ କରୁଛି ଗୀତ ଆଦିପୁରୁଷଙ୍କ ଦ୍ୱିତୀୟ ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାସୀର ଶୁକ୍ଳା ଲେଖିଥିବା ବେଳେ ଲୋକପ୍ରିୟ ଗାୟକ ସାଚେତ୍ ଏବଂ ପରମପରା କଣ୍ଠ ଦାନ କରିଛନ୍ତି । ଗତକାଲି ଅଭିନେତା ପ୍ରଭାସ ତାଙ୍କ ଅଫିସିଆଲ୍ ଟ୍ୱିଟରରେ ପ୍ରଶଂସକଙ୍କୁ ଏହି ଗୀତ ରିଲିଜ୍ ବିଷୟରେ ସୂଚନା ଦେଇଥିଲେ  ।

 

Related posts

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

mahabharatanews

୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

mahabharatanews

୧୧ରେ ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews