ଓଡିଶା

୨୨ରୁ ଆରମ୍ଭ ହେବ କାର୍ତ୍ତିକ ନୀତି, ଛତିଶା ନିଯୋଗ ବୈଠକରେ ଆଲୋଚନା

ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଚାଲିବ ସ୍ୱତନ୍ତ୍ର ନୀତିକାନ୍ତି। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ଆସନ୍ତା ଅକ୍ଟୋବର ୨୨ ତାରିଖରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଅନୁଷ୍ଠିତ ହେବ। ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ସୂଚନା ଦେଇଛନ୍ତି। କାର୍ତ୍ତିକ ମାସସାରା ଶ୍ରୀମନ୍ଦିରରେ ଦୈନନ୍ଦିନ ରାତ୍ର ୪ଟାରେ ଦ୍ୱାରଫିଟା ନୀତି ସମ୍ପାଦନ ହେବ। ଏହାପରେ ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହେବ।

ଏହି ମାସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବାଳଧୂପ’ ନୀତି ମଧ୍ୟ କରାଯିବ। ଆସନ୍ତା ନଭେମ୍ବର ୧୬ ତାରିଖ (ସୋମବାର) ଶ୍ରୀଜିଉଙ୍କର ପ୍ରସିଦ୍ଧ ହରିହର ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଚଳିତ ବର୍ଷ ତିଥି କ୍ଷୟ କାରଣରୁ ପଞ୍ଚୁକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ପାଳିତ ହେବ। ଦ୍ୱାଦଶୀ ତିଥି କ୍ଷୟ ପଡ଼ୁଥିବାରୁ ଏଥର ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। କାର୍ତ୍ତିକ ମାସରେ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ହବିଷ୍ୟାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯିବା ସହ ଶ୍ରୀମନ୍ଦିର ଆନନ୍ଦବଜାରରେ ମହାପ୍ରସାଦ ସୁଗମ ଭାବେ ପାଇବା ପାଇଁ ସ୍ୱତନ୍ତ୍ର କାଉଣ୍ଟର ଓ ଶୃଙ୍ଖଳିତ ବ୍ୟବସ୍ଥା କରାଯିବ।

Related posts

ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

mahabharatanews

ବଣଭୋଜି ପାଇଁ ଆସି ଯୁବକ ନିଖୋଜ

mahabharatanews

ଗୋ ଧନ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜିତ

mahabharatanews