ମନୋରଞ୍ଜନ

‘କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ କୌଣସି ଫ୍ୟାଶନ ଶୋ’ ନୁହେଁ’ : ବିବେକ ଅଗ୍ନିହୋତ୍ରୀ

(ମୁମ୍ବାଇ):   ବଲିଉଡ୍‌ ସେଲିବ୍ରେଟି ଚଳିତ ବର୍ଷ କାନ୍ସର ରେଡ୍ କାର୍ପେଟ୍‌ରେ ଡେବ୍ୟୁ କରିଛନ୍ତି ବଲିଉଡ ଅଭିନେତାମାନଙ୍କ ଫିଲ୍ମ ଉପରେ ଫ୍ୟାଶନର ପ୍ରଭାବ ଉପରେ ନିରବତାକୁ ଲକ୍ଷ୍ୟ କରି ବିବେକ ଅଗ୍ନିହୋତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଉପରେ ବର୍ଷିଛନ୍ତି। ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ସେମାନଙ୍କୁ ଏକ ଟ୍ୱିଟ୍‌ରେ ଚେତେଇ ଦେଇ କହିଛନ୍ତି ଯେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଏକ ଚଳଚ୍ଚିତ୍ରର ଶୋ’, ଏହା କୌଣସି ଫ୍ୟାଶନ ଶୋ’ ନୁହେଁ।

ସେ କହିଛନ୍ତି ଯେ “ସେମାନେ ବ୍ରାଣ୍ଡ୍‌ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ତେଣୁ ସେମାନଙ୍କୁ ଚୁପ୍ ରହିବାକୁ ପଡିବ। ଯେପରି, ତୁମେ ଯଦି କାହାର ବିବାହରେ ନାଚୁଛ ଏବଂ ଏଥିପାଇଁ ଟଙ୍କା ନେଉଛ, ତେବେ ତୁମେ ବିବାହ ଭୋଜିର ଖାଦ୍ୟକୁ ନେଇ ସମାଲୋଚନା କରିପାରିବ ନାହିଁ। ସେମାନଙ୍କର କୌଣସି ମେରୁଦଣ୍ଡ ନାହିଁ।ବଲିଉଡ ଅଭିନେତାମାନେ ମଧ୍ୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍ ହୋଇଯାଇଛନ୍ତି, ତେଣୁ ସେମାନେ ଆଉ କୌଣସି ଅଭିନୟ କରୁନାହାଁନ୍ତି।”ବିବେକ ଅଗ୍ନିହୋତ୍ରୀ ଏହା ପୂର୍ବରୁ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିବା ନେଇ ଅଭିନେତାମାନଙ୍କୁ ଟାର୍ଗେଟ୍ କରିଥିଲେ।

Related posts

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ: ଧୁମ ନାଚିଲେ ସଲମାନ

mahabharatanews

ପୁଣି ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ଦ୍ଵିତୀୟ ପତ୍ନୀ

mahabharatanews