(କୋଲକତା) : ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ସହ ଏକ ଟିମ୍ ମଧ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଛି । କଟକ ଭୁବନେଶ୍ୱର ଆହତ ଯାତ୍ରୀଙ୍କୁ ଭେଟିବା ପାଇଁ ଆସୁଥିବା ସୂଚନା ମିଳିଛି । ପ୍ରଥମେ କଟକରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ମମତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ସୂଚନାନୁଯାୟୀ , ଆଜି ଦିନ ଦୁଇଟାରେ ଓଡ଼ିଶାରେ ପହଞ୍ଚିବା ପରେ ସେ ପ୍ରଥମେ ଏସସିବି ଯାଇ ଆହତଙ୍କୁ ଭେଟିବେ । ତାଙ୍କ ସହ ଆସିଥିବା ଟିମ୍ ଭୁବନେଶ୍ୱରରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥିବା ଆହତଙ୍କ ସହ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।