ଓଡିଶା

ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ

(କୋଲକତା) : ଆଜି  ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ସହ ଏକ ଟିମ୍ ମଧ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଛି ।  କଟକ ଭୁବନେଶ୍ୱର ଆହତ ଯାତ୍ରୀଙ୍କୁ ଭେଟିବା ପାଇଁ ଆସୁଥିବା ସୂଚନା ମିଳିଛି । ପ୍ରଥମେ କଟକରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ମମତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ସୂଚନାନୁଯାୟୀ ,  ଆଜି ଦିନ ଦୁଇଟାରେ ଓଡ଼ିଶାରେ ପହଞ୍ଚିବା ପରେ ସେ ପ୍ରଥମେ ଏସସିବି ଯାଇ ଆହତଙ୍କୁ ଭେଟିବେ । ତାଙ୍କ ସହ ଆସିଥିବା ଟିମ୍ ଭୁବନେଶ୍ୱରରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥିବା ଆହତଙ୍କ ସହ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

Related posts

ପିଲା ସ୍କୁଲ ଯାଉଥିବା ବେଳେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ

mahabharatanews

ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କୁ ମାଡ ଅଭିଯୋଗ, ୩ ଗିରଫ

mahabharatanews

ଦୁଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ଗୁରତର

mahabharatanews