ଓଡିଶା

ବିଦ୍ୟୁତ କାଟ ପ୍ରସଙ୍ଗରେ ଆଜି ହେବ ବୈଠକ

(ଭୁବନେଶ୍ୱର) : ଅସହ୍ୟ ତାତିରେ କଲବଳ ହେଲେଣି ରାଜ୍ୟବାସୀ  । ଆଉ ଏହି ସମୟରେ  ବିଦ୍ୟୁତ୍ କାଟ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଯାହାକୁ ବେଶ୍ ଗମ୍ଭୀରତାକ ସହ ନେଇଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ବସିବା ପାଇଁ ଯାଉଥିବା ଏହି ବୈଠକରେ ଯୋଗ ଦେବେ ରାଜ୍ୟର ୪ ବିଦ୍ୟୁତ ବିକରଣ କମ୍ପାମୀ ସିଇଓ । ସମସ୍ୟାର ସମାଧାନ ପାଇଁ ଆଜି ଟାଟା ପାୱାର ସହ ମୁଖ୍ୟ ଶାସନ ସଚିବ ବୈଠକ କରିବେ ।

ସୂଚନାନୁଯାୟୀ , ରାଜଧାନୀ ଭୁବନେଶ୍ୱରରେ ବେଟାଇମରେ ହେଉଥିବା ପାୱାର କଟ୍ ବର୍ତ୍ତମାନ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି । ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ବିଦ୍ୟୁତ କାଟ ଓ ଲୋଭୋଲଟେଜ ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରୁଛି ଅନ୍ୟପଟେ କାଳବୈଶାଖୀ ପରେ ରାଜଧାନୀ ଭୁବନେଶ୍ୱରରେ କରେଣ୍ଟ ଆସିବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗୁଛି ତେବେ ବାତ୍ୟା ପରେ ବିଦ୍ୟୁତ ଆସିବା ପାଇଁ କେତେ ସମୟ ଲାଗିବ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ।

Related posts

ବିଜେପି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

mahabharatanews

ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କ ଶାଖା ଉଦଘାଟିତ

mahabharatanews

ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ତିନ ଦୁର୍ବୁତ୍ତ

mahabharatanews