ଓଡିଶା

୩ ଜୁଲାଇ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ

(ଭୁବନେଶ୍ୱର) : ଲଘୁଚାପ ମୌସୁମୀ ବାୟୁ ପ୍ରବାହ ‌ଯୋଗୁଁ, ଗତ ୫ ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଥିଲା। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୬ ଦିନ ଅର୍ଥାତ ୩ ଜୁଲାଇ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଲଘୁଚାପ ପ୍ରଭାବରେ ଆଜି ଯାଏ ଭଲ ବର୍ଷା ହୋଇଥିବା ବେଳେ ଏବେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା କରାଇବ। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ମୌସୁମୀ ବାୟୁ ମଧ୍ୟ ଦୁର୍ବଳ ହୋଇଯିବ। ଫଳରେ ରାଜ୍ୟରେ ପାଗ ଖରାଟିଆ ରହିବା ସହ ଦିନ ତାପମାତ୍ରା ବଢ଼ିବ ବୋଲି ଜଣାପଡ଼ିଛି।

Related posts

ଏଚଆଇଭି ଆକ୍ରାନ୍ତ ଯୁବକଙ୍କ ଆତ୍ମହତ୍ୟା

mahabharatanews

ବିଧାୟକଙ୍କ ଦରମା ବୃଦ୍ଧି ହେଉ

mahabharatanews

କେ ରମେଶଙ୍କ ବାପା ମାଙ୍କୁ ଠାବ  କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews