ଓଡିଶା

 ଚାତକ ପରି ଚାହିଁ ବସିଛି ରୁପାର ସିଂହଦ୍ବାର

(ପୁରୀ) : ଆଜି ବାହୁଡ଼ିବେ ମହାବାହୁ। ଜୁଲାଇ ପହିଲାରେ ନୀଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଏହା ପୂର୍ବରୁ ରୁପାର ସିଂହଦ୍ବାର ମହାବାହୁଙ୍କୁ ଅପେକ୍ଷାରେ ରହିଛି। ଏଥିପାଇଁ ସିଂହଦ୍ବାରର ରୁପା ଛାଉଣୀ କାମ ଜୋର୍‌ସୋର୍‌ରେ ଚାଲିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ସିଂହଦ୍ବାର ରୁପା ଛାଉଣୀ କାମ ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସୂଚନାନୁଯାୟୀ , ଆସନ୍ତାକାଲି ସୁଦ୍ଧା ସମସ୍ତ ରୁପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଗତକାଲି ନବନିର୍ମିତ ସିଂହଦ୍ବାର କବାଟ ଉପରେ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଲଗା କାମ ଆରମ୍ଭ ହୋଇଥିଲା। ଆଜି ବର୍ଗାକାର ରୁପା ପ୍ଲେଟ୍‌ ସବୁ ଦୁଇ କବାଟରେ ଲାଗୁଛିମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ବର୍ମା ଶାଗୁଆନ କାଠରେ ଏହି ଦ୍ବାର ନିର୍ମାଣ କରିଛନ୍ତି। ଗତ ୨୫ ତାରିଖ ବିଳମ୍ବିତ ରାତିରେ ନୂଆ ଦ୍ବାର ଲାଗିବା ପରେ ଗତକାଲିଠାରୁ ଏହା ଉପରେ ରୁପା ଲାଗିବା କାମ ଆରମ୍ଭ ହୋଇଥିଲା।

Related posts

ନିଆଁ ଲାଗି ପାଉଁସ ହୋଇଯାଇଛି ରବୀନ୍ଦ୍ର ମାରିଙ୍ଗମାଝୀଙ୍କ ସୁନାର ଘର

mahabharatanews

 ଘନକୁହୁଡି ନେଇ ଆଲର୍ଟ ଜାରି 

mahabharatanews

ରାଜଧାନୀରୁ ହଟିବ ପୋଷ୍ଟର 

mahabharatanews