ମନୋରଞ୍ଜନ

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ‘ଓଏମ୍‌ଜି ୨’ର ନୂଆ ପୋଷ୍ଟର୍‌

(ମୁମ୍ବାଇ) : ରିଲିଜ ହେଲା ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମ୍‌ଜି ୨’ ର ଏକ ନୂଆ ପୋଷ୍ଟର । ଯେଉଁଥିରେ ଅଭିନେତା ଲମ୍ବା କେଶ ସହ ଭସ୍ମ ବିଭୂତି ଏବଂ ରୁଦ୍ରାକ୍ଷ ମାଳା ପିନ୍ଧି ‘ଶିବ’ଙ୍କ ଅବତାରରେ ନଜର ଆସିଛନ୍ତି । ଏହାସହିତ ସେ ଫିଲ୍ମର ଟିଜର ଖୁବ ଶୀଘ୍ର ରିଲିଜ ହେବ ବୋଲି ସୋସିଆଲ ମିଡିଆ ଜରିଆରେ ତାଙ୍କର ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଅକ୍ଷୟଙ୍କ ଫିଲ୍ମର ଏହି ପୋଷ୍ଟର୍‌ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାକାରୀ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇ ଚାଲିଛନ୍ତି। ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ‘ଓଏମ୍‌ଜି ୨’ରେ ତାଙ୍କର ନୂଆ ଲୁକର୍‌ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘‘ସତ୍ୟର ରାସ୍ତାରେ ଭେଟ ହେବା। ଆଉ ମାତ୍ର କିଛି ଦିନ ପରେ, ଅଗଷ୍ଟ ୧୧ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ଓଏମ୍‌ଜି୨’। ଟିଜର୍‌ ଖୁବ୍‌ ଶୀଘ୍ର ରିଲିଜ୍‌ ହେବ।’’

Related posts

ଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗ

mahabharatanews

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

mahabharatanews

 ଓସ୍କାର ବିଜୟୀ ଅଭିନେତାଙ୍କ ମୃତ ଦେହ ଉଦ୍ଧାର 

mahabharatanews