ଭାରତ

ଉତ୍ତରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ,୩ଜୀବନ୍ତ ଦଗ୍ଧ

(ଉତ୍ତରପ୍ରଦେଶ) :  ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ମାର୍କେଟ୍ ଅଗ୍ନିକାଣ୍ଡ ହୋଇଛି । ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିବା ବେଳେ ସ୍ଥିତି ବହୁତ ସଂଗୀନ ହୋଇଯାଇଛି  ।

ସୂଚନାନୁଯାୟୀ ,  ସେନା ସହାୟତାରେ ପାଖାପାଖି ୧୦ ଘଣ୍ଟା ଚାଲିଥିଲା ରେସକ୍ୟୁ ଅପରେସନ୍ । ସେନା ସହିତ ପୋଲିସ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲା । ପ୍ରଥମେ ମାର୍କେଟରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ ଲାଗିଥିଲା । ଏହା ପରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା । ମାର୍କେଟରେ ଅଧିକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନ ଥିବାରୁ ନିଆଁ ବ୍ୟାପିଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 

Related posts

ବିଜେପିରେ ଯୋଗ ଦେଲେ ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ

mahabharatanews

ଲୋକସେବା ଭବନରେ ସମସ୍ତ ଅଧିକାରୀ ଓ ଅଫିସରଙ୍କୁ ଭେଟି ବୈଠକ ନେଲେ ମୁଖ୍ୟମନ୍ତ୍ରୀ ।

mahabharatanews

 ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଯାତନା

mahabharatanews