ଓଡିଶା

ନନ୍ଦନକାନନକୁ ଆସିବେ ୨ ନୂଆ ଅତିଥି 

(ଭୁବନେଶ୍ୱର) : ନନ୍ଦନକାନନକୁ ଆସିବେ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଏହି ଦୁଇ ପ୍ରାଣୀ। ବାଘ ଦେଇ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ ଆଣିବ ନନ୍ଦନକାନନ ପ୍ରଣୀ ଉଦ୍ୟାନ। ରୁଣାଚଳ ପ୍ରଦେଶ ଇଟ୍ଟାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ। ତେବେ ଏହାର ପ୍ରତି ବଦଳରେ ନନ୍ଦନକାନନରୁ ବାଘ ରକି , ବାଘୁଣୀ ଓ ୩ଟି ଘଡ଼ିଆଳ କୁମ୍ଭୀର ଦିଆଯିବ। ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଏହା ସୁନିଶ୍ଚିତ ହୋଇଛି।

ସୂଚନାନୁଯାୟୀ ,  ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ସେହିପରି ଇଟ୍ଟାନଗର ଯାଇଛି ଏକ ଟିମ୍। ଦୁଇଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ଆସିବେ ଓଡ଼ିଶା। ଅଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ପରେ ନନ୍ଦନକାନନ ଆସିଛନ୍ତି ଇଟ୍ଟାନଗରର ଏକ ଟିମ୍ । ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ ଇଟ୍ଟାନଗରର ଏକ ଟିମ୍ ।

Related posts

Big Update : 20ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର

mahabharatanews

ଆସନ୍ତାକାଲିଠୁ ବଢିବ ବର୍ଷା 

mahabharatanews

ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ : ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ କରିଥିଲେ ଏମିତି ପୋଷ୍ଟ୍‌…

mahabharatanews