ମନୋରଞ୍ଜନ

ଧାରାବାହିକ ‘କୋହରା’ରେ ନଜର ଆସିବେ ବ୍ରିଟିସ୍ ଅଭିନେତ୍ରୀ ରାଚେଲ୍ ସେଲି

(ମୁମ୍ବାଇ) :  ବ୍ରିଟିସ୍ ଅଭିନେତ୍ରୀ ରାଚେଲ୍ ସେଲିଙ୍କ  ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟିରେ ରାଚେଲ୍‌ଙ୍କ ସ୍ମରଣୀୟ ଅଭିନୟ ଦର୍ଶକଙ୍କମନରେ ଏକ ଛାପ ଛାଡିଦେଇଛି । କିନ୍ତୁ ଏହା ପରେ ସେ ବଲିଉଡ୍‌ ଚଳଚ୍ଚିତ୍ରରୁ ଦୂରେଇ ଯାଇଥିଲେ। ୨୨ ବର୍ଷର ବ୍ୟବଧାନ ପରେ ରାଚେଲ୍‌ ଭାରତୀୟ ମନୋରଂଜନ ଶିଳ୍ପକୁ ଫେରିଛନ୍ତି। ନେଟ୍‌ଫ୍ଲିକ୍‌ସରେ ଆସନ୍ତା ୧୫ ତାରିଖରୁ ପ୍ରସାରିତ ହେବାକୁ ଯାଉଥିବା ଧାରାବାହିକ ‘କୋହରା’ରେ ରାଚେଲ୍‌ଙ୍କ ଅଭିନୟ ଦେଖିବାକୁ ମିଳିବ। ଯାହାକୁ ନେଇ ଦର୍ଶକ ଖୁସି ବ୍ୟକ୍ତ କରିଛନ୍ତି ।

ସୂଚନାନୁଯାୟୀ , ଏହାର ସହ ନିର୍ମାତା ସୁଦୀପ ଶର୍ମା ରାଚେଲଙ୍କୁ ‘କୋହରା’ ପାଇଁ ମନୋନୀତ କରିବା ପଛର କାରଣ ପ୍ରକାଶ କରିଛନ୍ତି। ଧାରାବାହିକର ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଜଣେ ବ୍ରିଟିସ୍ ଅଭିନେତ୍ରୀଙ୍କ ଆବଶ୍ୟକ ଥିଲା। ରାଚେଲ ଏଥିପାଇଁ ସମ୍ମତ ହେବା ପରେ ସେ ତିନି ମାସ ଧରି ପଞ୍ଜାବରେ ସୁଟିଂ କରିଥିଲେ।

 

Related posts

ଭାରତର ସବୁଠୁ ମହଙ୍ଗା ଆକ୍ସନ ଫିଲ୍ମ ‘କିଙ୍ଗ’, ବଜେଟ ୩୫୦ କୋଟି

mahabharatanews

ଆଦିପୁରୁଷର ରିଲିଜ୍ ପୂର୍ବରୁ ଫୁଟିବ ୫୦ଲକ୍ଷର ବାଣ

mahabharatanews

ଦ୍ରିଶାଙ୍କ ହାତ ଧରିବେ ଅଭିନେତା କରଣ  

mahabharatanews