ଭାରତ

‘ମଣିଷକୁ ସହଜରେ ସଂକ୍ରମିତ କରିପାରେ ବାର୍ଡ ଫ୍ଲୁ’: ହୁ 

(ଦିଲ୍ଲୀ) : କିଛି ଦିନର ବ୍ୟବଧାନ ପରେ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବା ଖବର ମିଳୁଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସତର୍କ କରାଇ କୁହାଯାଇଛି ଯେ, ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ ହୋଇପାରେ। ଏଣୁ କୁକୁଡ଼ା ଫାର୍ମଗୁଡ଼ିକରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ରୋଗ ତଦାରଖ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ଜାତିସଂଘ ଏଜେନ୍ସି ପକ୍ଷରୁ ସବୁ ଦେଶକୁ ପରାମର୍ଶ ଦିଆଯାଇଛି।

ସୂଚନାନୁଯାୟୀ , ହୁ ପକ୍ଷରୁ କୁହାଯାଇଛି, କୁକୁଡ଼ାଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ପରେ ପ୍ରାୟ ୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ନୂତନ ଭୌଗୋଳିକ ଅଞ୍ଚଳଗୁଡ଼ିକରେ ବାର୍ଡ ଫ୍ଲୁ ଦେଖାଯିବା ଏବଂ ବନ୍ୟ ପକ୍ଷୀମାନଙ୍କର ଅସ୍ବାଭାବିକ ମୃତ୍ୟୁ ହେଉଥିବାରୁ ଏହା ଏକ ଉଦ୍‌ବେଗଜନକ ବିଷୟ ବୋଲି ‘ହୁ’ ବୈଜ୍ଞାନିକ ବିଭାଗ ମୁଖ୍ୟ ଡ ଗ୍ରେଗୋରିଓ ଟରେସ କହିଛନ୍ତି।

 

Related posts

ବାତ୍ୟା ‘ବିପର୍ଯ୍ୟୟ’ : ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ

mahabharatanews

ମଣିପୁର ହିଂସାକାଣ୍ଡ : ମୃତ୍ୟୁ ସଂଖ୍ୟା ୫୪ ପାର 

mahabharatanews

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews