ଭାରତ

ବଢୁଛି ଯମୁନା ନଦୀ ଜଳସ୍ତର, ହନ୍ତସନ୍ତ ଦିଲ୍ଲୀବାସୀ

(ଦିଲ୍ଲୀ) : ଉତ୍ତର ଭାରତରେ ଲଗାତର ବର୍ଷା ହେତୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି ଫଳରେ ଯମୁନା ଜଳସ୍ତର ବିପଦ ସଂକେତ ଉପରେ ଚାଲିଛି ।  ଏହାର ପ୍ରଭାବରେ ଦିଲ୍ଲୀରେ ବନ୍ୟାପୀଡ଼ିତଙ୍କ ହଇରାଣ କହିଲେ ନ ସରେ । ଯମୁନା ବ୍ୟାରେଜ୍‌ର ୫ଟି ଗେଟ୍‌ ଜାମ୍‌ ହୋଇଯାଇଛି। ଗେଟ୍‌ ଖୋଲିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ସୂଚନାନୁଯାୟୀ , ଯମୁନା ନଦୀ ଜଳସ୍ତର ଏବେ ବି ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଛି ଏବଂ ଲୋକଙ୍କ ସଙ୍କଟ ବଢ଼ୁଛି। ଏଭଳି ସ୍ଥିତିରେ ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଛି ଯେ, ହରିୟାଣାର ହାଥନୀକୁଣ୍ଡ ବ୍ୟାରେଜରୁ ଅଧିକ ଜଳ ଛାଡି ଦିଲ୍ଲୀକୁ ବୁଡ଼ାଇବା ପାଇଁ ଷଡଯନ୍ତ୍ର କରାଯାଇଛି।

 

 

Related posts

୧୪ ଲକ୍ଷ ଦୀପରେ ପ୍ରଭୁ ରାମଚନ୍ଦ୍ର 

mahabharatanews

ରାମଲଲାଙ୍କ ମଥାରେ ସୂର୍ଯ୍ୟ ତିଲକ

mahabharatanews

ଉତ୍ତରପ୍ରଦେଶରେ ମାୟାବତୀଙ୍କ ବିଭାଜନ କାର୍ଡ

mahabharatanews