ମନୋରଞ୍ଜନରାଜନୀତି

ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ !

(ମୁମ୍ବାଇ) : ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ନେଇ ପ୍ରୟାଗରାଜରେ ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳୁଛି ୨୦୨୪ ନିର୍ବାଚନରେ ପ୍ରୟାଗରାଜରୁ ଚୟନ  ହୋଇପାରନ୍ତି ଅଭିଷେକ। ଆଗାମୀ ନିର୍ବାଚନରେ ସଫଳତା ପାଇଁ ବିଶିଷ୍ଟ ସେଲିବ୍ରିଟିଙ୍କୁ ଠିଆ କରାଯାଇବା ଲାଗି ସମାଜବାଦୀ ପାର୍ଟି ବିଚାର କରୁଥିବା କୁହାଯାଉଛି।  ବର୍ତ୍ତମାନ ସମାଜବାଦୀ ପାର୍ଟି ପକ୍ଷରୁ ଅଭିଷେକଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ଭିତରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଥିବା ଏବଂ ଦଳୀୟ ନେତାଙ୍କ ମତାମତ ନିଆଯାଉଥିବା ଶୁଣିବାକୁ ମିଳୁଛି।

ସୂଚନାନୁଯାୟୀ , ୧୯୮୪ ମସିହାରେ ତାଙ୍କ ବାପା ଅମିତାଭ ବଚ୍ଚନ ମଧ୍ୟ ଆହ୍ଲାବାଦରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ଅମିତାଭ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀନନ୍ଦନ ବହୁଗୁଣାଙ୍କୁ ପରାଜିତ କରି ଇତିହାସ ରଚିଥିଲେ। ଅଭିଷେକଙ୍କ ମାଆ ଜୟା ବଚ୍ଚନ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି। ଗତ ଦିନମାନଙ୍କରେ ସେ ଦଳୀୟ ମଞ୍ଚରୁ ତଥା ସଂସଦରେ ବିଜେପି ବିରୋଧରେ ଆକ୍ରାମକ ଆଭିମୁଖ୍ୟ ନେଇ ଆସିଛନ୍ତି।

Related posts

ସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପି

mahabharatanews

ଦ୍ଵିତୀୟ ଦିନରେ ‘ଟାଇଗର ୩’ 

mahabharatanews

ସ୍ଥଗିତ ରହିଲା ଫିଲ୍ମ ‘ପୁଷ୍ପା: ଦି ରୁଲ’ର ସୁଟିଂ

mahabharatanews