ଓଡିଶା

ଗଂଜାମ ଜିଲ୍ଲାକୁ ‘ଭୂମି ସମ୍ମାନ’ 

(ଗଂଜାମ) :  ଉନ୍ନୟନମୂଳକ କାର୍ଯ୍ୟ ଲାଗି ବାରମ୍ବାର ସମ୍ମାନିତ ହେଉଛି ଗଞ୍ଜାମ ଜିଲ୍ଲା । ବିଗତ ଦିନରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ ପ୍ରତିଷ୍ଠିତ କରାଇଥିବା ଗଞ୍ଜାମ ଜିଲ୍ଲାକୁ ମିଳିଛି ଆଉ ଏକ ସମ୍ମାନ । ଭୂମି ସଂସ୍କାର କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ପୁଣି ପାଇଛି ‘ଭୂମି ସମ୍ମାନ’ ।

ସୂଚନାନୁଯାୟୀ ,  ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ‘ଭୂମି ସମ୍ମାନ’ ପ୍ଲାଟିନାମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୭୫  ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିରେ ରହିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ନାମ । ଗଞ୍ଜାମ  ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଆଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Related posts

ଆନନ୍ଦବଜାର ବିଶୃଙ୍ଖଳା: ଅଣସୁପକାରଙ୍କ ଉପରେ ରୋକ

mahabharatanews

୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି

mahabharatanews

ଓଡ଼ିଶାରେ ମତଦାନ ଆରମ୍ଭ

mahabharatanews