ଓଡିଶା

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

(ମହାଭାରତ, ପାଟଣା): ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ରୋଗୀ ଚିକିତ୍ସା ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୪୫ ଜଣ ମାନସିକ ରୋଗୀ ଏହି ଶିବିରରେ ଯୋଗ ଦେଇଥିଲେ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ମାଗି ରୋଗୀମାନଙ୍କ ଚିକିତ୍ସା କରିଥିଲେ । ଏହି ଶିବିରରେ ମାନସିକ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଦୀପକ କୁମାର ନାଏକ, ମହିଳା ସ୍ୱାସ୍ଥ୍ୟକର୍ମୀ ସରୋଜିନୀ ସେଠୀ, ଭାଗରଥୀ ବେହେରା, ତପନ ଜେନା, ବିରଞ୍ଚି ନାରାରାୟଣ ପଣ୍ଡା ଓ ରଞ୍ଜିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ୧୧ ଜଣ ନୂତନ ମାନସିକ ରୋଗୀ ନିଜର ଚିକିତ୍ସା କରାଇଥିଲେ ।

Related posts

ଠିକା କର୍ମଚାରୀ ଇପିଏଫ ପାଇବାକୁ ହକ୍ଦାର: ସୁପ୍ରିମକୋର୍ଟ

mahabharatanews

ଦୁଇ ଦଶନ୍ଧିର ଶାସନ ପରେ ମୂଳ ପ୍ରସଙ୍ଗର ପୁନରାବୃତ୍ତି

mahabharatanews

ବିନା ଶୁଳ୍କରେ ଶ୍ରୀ ଗୁଣ୍ଡିଚା ଦର୍ଶନ କରିପାରିବେ ଭକ୍ତ

mahabharatanews