(ଭୁବନେଶ୍ୱର) : ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା । ଦୁଇଟି ପର୍ଯ୍ୟାୟରେ ବାଘ ଗଣନା ହେବା ନେଇ ସୂଚନା ମିଳିଛି । ଟ୍ରାଞ୍ଜାକ୍ଟ ଆନାଲିସିସ୍ ଏବଂ କ୍ୟାମେରା ଟ୍ରାପ ମଧ୍ୟମରେ ବାଘ ଗଣନା କରାଯିବା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାୟ ଦେଢ ମାସ ଧରି ବାଘ ଗଣନା କରାଯିବ । ରାଜ୍ୟରେ ବାଘ ସଂଖ୍ୟା କମିବାରେ ଲାଗିଛି ଏପରିକି ଓଡ଼ିଶା ବାଘ ପାଇଁ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି । ୨୦୦୬ରେ ରାଜ୍ୟରେ ବାଘ ସଂଖ୍ୟା ୪୫ ଥିଲା, ୨୦୧୦ରେ ୩୨, ୨୦୧୪ ଓ ୨୦୧୮ରେ ୨୮କୁ ହ୍ରାସ ପାଇଛି ବାଘ ସଂଖ୍ୟା ।
ସୂଚନା ଅନୁସାରେ, ଟ୍ରାଞ୍ଜାକ୍ଟ ଆନାଲିସିସରେ ବାଘର ପାଦ ଚିହ୍ନ, ସ୍କ୍ରାଚ୍ ମାର୍କ ଆଦି ଆଧାରରେ କରାଯିବା ବାଘ ଗଣନା । ସେହିପରି ସିସିଟିଭି କ୍ୟାମେରା ଲଗାଯିବ ଫଳରେ ବାଘର ଚଳପ୍ରଚଳକୁ ରେକର୍ଡ କରାଯାଇ ପାରିବ । ସେହିପରି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ମେ’ରୁ ରାଜ୍ୟରେ ଆରମ୍ଭ ହେବ ହାତୀ ଗଣନା । ଏନେଇ ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।