ଭାରତ

ଭୁସ୍ଖଳନରେ ପୋତି ହୋଇଗଲା କାର୍, ୫ ମୃତ

(ଡେରାଡୁନ) : ଭୁସ୍ଖଳନ ଯୋଗୁଁ ମାଟି ଭିତରେ ପୋତି ହୋଇଗଲା କାର୍‌ ।  ଗୁରୁବାର ରାତିରେ ଉତ୍ତରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ୫ଜଣ କେଦାନାଥ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି । ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜପଥ ଅନ୍ତର୍ଗତ ଫାତା ନିକଟରେ ଭୂସ୍ଖଳନ ଘଟି ୬୦ ମିଟର୍‌ ରାସ୍ତା ଧସିପଡ଼ିଛି। ଫଳରେ ଏଥିରେ ୫ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩ଜଣ ଗୁଜରାଟ ଓ ୨ଜଣ ହରିଦ୍ବାର ବାସିନ୍ଦା।

ସୂଚନାନୁଯାୟୀ ,  ଅତି ପ୍ରବଳ ବର୍ଷା ଯୋଗୁଁ ଧସିପଡ଼ିଥିବା ପଥୁରିଆ ମାଟି ଏଡ଼ାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଥିଲା। ରାଜପଥର ସେ ଅଂଶର ମରାମତି କାର୍ଯ୍ୟ ଏବେ ମଧ୍ୟ ଚାଲିଛି। ତେଣୁ, ସେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖାଯାଇଛି।

Related posts

ଆଜି ରାଷ୍ଟ୍ରୀୟ ନବବର୍ଷ

mahabharatanews

ଆଜି ବର୍ଷର ସବୁଠାରୁ ଛୋଟ ଦିନ

mahabharatanews

ନବମ ଦିନରେ ଉଦ୍ଧାର କାର୍ଯ୍ୟ, କ୍ୟାମେରା ରଖିବ ନଜର

mahabharatanews