ଓଡିଶା

୭୭ତମ ସ୍ୱାଧୀନତା ଦିବସ; ପ୍ରଦର୍ଶନୀ ପଡ଼ିଆରେ ଜୋରଦାର ପ୍ରସ୍ତୁତି

(ଭୁବନେଶ୍ୱର) : ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ । ଏହିକ୍ରମରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି । ହାତରେ ଆଉ ସମୟ ନଥିବାରୁ କଲି ଫୁଲଡ୍ରେସ୍ ରିହରସାଲ କରାଯାଇଛି । ପରେଡ୍ ରିହର୍ସଲରେ ପୋଲିସ ଡିଜି ସୁନୀଲ ବଂଶଲ ସାମିଲ ହୋଇଥିଲେ ।

ପୋଲିସ ଡିଜି କହିଛନ୍ତି ସ୍ୱାଧୀନତା ଦିବସ ପାଇଁ ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ମାଓ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ପୋଲିସ କମିଶନର କହିଛନ୍ତି, ରାଜ୍ୟସ୍ତରୀୟ ପରେଡ ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବାକୁଥିବାରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ପୋଲିସ କମିଶନର ।

Related posts

ରାୟଗଡ଼ାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍

mahabharatanews

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ

mahabharatanews

ଲାଞ୍ଜିଗଡରେ ମାଓ ପୋଷ୍ଟର

mahabharatanews