ଭାରତ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା; ମୃତ୍ୟୁ ସଂଖ୍ୟା ୫୨

(ଉତ୍ତରାଖଣ୍ଡ) : ଲଗାତାର ବର୍ଷା ହେତୁ ଉତ୍ତରାଖଣ୍ଡରେ ବିଭିନ୍ନ ସ୍ଥାନରେ ଅଚାନକ ବନ୍ୟା ସହ ଭୂସ୍ଖଳନ ଲାଗିରହିଛି ।  ଫଳରେ ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ  ୧୯ ଜଣ ନିଖୋଜ ହୋଇଯାଇଛନ୍ତି ଏବଂ ୩୭ ଜଣ ଆହତ ହୋଇଛନ୍ତି।

ସୂଚନାନୁସାରେ, ମୌସୁମୀଜନିତ ବିପର୍ଯ୍ୟୟ ହେତୁ ଉତ୍ତରାଖଣ୍ଡରେ ପ୍ରାୟ ୬୫୦ କୋଟି ଟଙ୍କାର କ୍ଷତି ଘଟିଛି ଏବଂ ଆଗକୁ କ୍ଷତି ପରିମାଣ ଆହୁରି ବୃଦ୍ଧି ପାଇପାରେ। ବର୍ଷା ଓ ବନ୍ୟାଜନିତ ଘଟଣାରେ ଅଦ୍ୟାବଧି ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୧୯ ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଏସ୍‌ଆର୍‌ଏଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୂତୟନ କରାଯାଇଛି। ଦୁଇଟି ହେଲିକପ୍ଟରକୁ ମଧ୍ୟ ବିପର୍ଯ୍ୟୟପ୍ରବଣ ସ୍ଥାନରେ ମହଜୁଦ ରଖାଯାଇଛି।

Related posts

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକ

mahabharatanews

ସୃଷ୍ଟି ହେଲା ବାତ୍ୟା ‘ମିଧିଲି’

mahabharatanews

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

mahabharatanews