ଭାରତ

‘ତିରୁମାଲା ମନ୍ଦିରକୁ ଲାଠି ନେଇକି ଆସନ୍ତୁ’ : ମନ୍ଦିର ପ୍ରଶାସନ

(ହ୍ରାଇଦ୍ରାବାଦ) :  ଏଣିକି ଲାଠି ନେଇକି ଯିବାକୁ ପଡିବ ତିରୁମାଲା ତିରୁପତି ବାଲାଜୀ ମନ୍ଦିରକୁ  । ହଁ ଆଂଜ୍ଞା ବନ୍ୟଜନ୍ତୁଙ୍କ ସହ ଲଢ଼ିବା ପାଇଁ ଏକ ଲାଠି ସାଙ୍ଗରେ ନେବାକୁ ଅର୍ଥାତ ଦୁର୍ଘଟଣା ଏଡ଼ାଇବାକୁ ତିରୁମାଲା ତିରୁପତି ଦେବସ୍ଥାନମ୍ ଏପରି ପଦକ୍ଷେପ ଗ୍ରହଣ କରିଛି। ଚାଲି ଚାଲି ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ୧୦୦ ଜଣିଆ ବ୍ୟାଚ୍ ରେ ସିକ୍ୟୁରିଟି ଗାର୍ଡଙ୍କ ସହବନ୍ୟଜନ୍ତୁଙ୍କ ଆକ୍ରମଣ ହେଲେ ପ୍ରତ୍ୟେକ ଭକ୍ତଙ୍କୁ ଉଦ୍ଧାର ପାଇଁ ଗୋଟିଏ କାଠ ବାଡ଼ି ମଧ୍ୟ ଦିଆଯିବ।

ସୂଚନାନୁଯାୟୀ , ଗତ ସପ୍ତାହରେ ମନ୍ଦିର ଯିବା ବାଟରେ ଏକ ୬ ବର୍ଷର ନାବାଳିକାକୁ ଚିତାବାଘ ମାରିଦେଇଥିଲା । ଏପରି ଘଟଣା ତିରୁମାଲା ତିରୁପତି ଦେବସ୍ଥାନମ୍ ଅଧ୍ୟକ୍ଷ ବି କରୁଣାକର ରେଡ୍ଡୀ କହିଛନ୍ତି ଯେ ଯେତେ ଆବଶ୍ୟକ ହେଉ ନା କାହିଁକି ଆମେ ସମସ୍ତଙ୍କୁ ବାଡ଼ି ଯୋଗାଇ ଦେବୁ। ବନ୍ୟଜନ୍ତୁଙ୍କୁ ଆକୃଷ୍ଟ ନ କରିବା ପାଇଁ ରାସ୍ତାରେ ଥିବା ଭକ୍ତ ଓ ଖାଦ୍ୟ ଦୋକାନଗୁଡ଼ିକୁ ଖାଦ୍ୟ ଏଣେତେଣେ ନ ଫିଙ୍ଗିବାକୁ ପରାମର୍ଶ ଦିଆଯାଇଛି। ମନ୍ଦିର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ପଥଚାରୀ ଅଞ୍ଚଳରେ ବାଡ଼ ଲଗାଇବା ପ୍ରସ୍ତାବକୁ ଅନୁମୋଦନ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଇଛି।

 

 

Related posts

ଗୋଟିଏ ସ୍ୱାମୀର ଦୁଇ ସ୍ତ୍ରୀ

mahabharatanews

ବାତ୍ୟା ‘ବିପର୍ଯ୍ୟୟ’ ଛୁଇଁବ ସ୍ଥଳଭାଗ, ୧ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

mahabharatanews

ଓଡିଶା ଉପରେ ବିଜେପିର ନଜର

mahabharatanews