(ମୁମ୍ବାଇ) : ମୁମ୍ବାଇ-ବେଙ୍ଗଲୁରୁ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ସାଙ୍ଗୋଲି ରୟାନ୍ନା ରେଳ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବା ନେଇ ସୂଚନା । ଅଗ୍ନିକାଣ୍ତ ଯୋଗୁଁ ଧୂଆଁମୟ ହୋଇଯାଇଥିଲା ଷ୍ଟେସନ । ତେବେ ବର୍ତ୍ତମାନ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଖବର ରହିଛି । ଯାତ୍ରୀମାନେ ଟ୍ରେନରେ ଓହ୍ଲାଇବାର ଦୁଇ ଘଣ୍ଟା ପରେ ଉଦୟନ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦଳ ଏବଂ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା କାରଣ ଖୋଜୁଛନ୍ତି ।
ସୂଚନାନୁଯାୟୀ , ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଉଦୟନ୍ ଏକ୍ସପ୍ରେସ ସକାଳ ୫ :୪୫ ରେ ସାଙ୍ଗୋଲି ରେୟାନ୍ ରେଳ ଷ୍ଟେସନରେ ପହଞ୍ଚିଥିଲା । ଟ୍ରେନ୍ ପ୍ଲାଟଫର୍ମ ନମ୍ବର 3 ରେ ଠିଆ ହୋଇଥିବା ବେଳେ ସକାଳ ପ୍ରାୟ ୭ .୧୦ ରେ ଦୁଇଟି କୋଚରେ ନିଆଁ ଲାଗିଥିଲା ଯାହା ପରେ ତୁରନ୍ତ ଅଗ୍ନିଶମ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ।