ଭାରତ

ବନ୍ୟା ଓ ଭୂସ୍ଖଳନ ; ବିହାରରେ ସର୍ବାଧିକ ୫୧୮ ମୃତ 

(ହିମାଚଳ) : ଲଗାତାର ହିମାଚଳ ଏବଂ ଉତ୍ତରଖଣ୍ଡରେ ବର୍ଷା ହେତୁ ଚଳିତ ବର୍ଷ ବନ୍ୟା,ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ୨,୦୩୮ ଲୋକଙ୍କର ମୃତ୍ୟୁ ହେଲାଣି। ବିହାରରେ ସର୍ବାଧିକ ୫୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହିମାଚଳପ୍ରଦେଶରେ ୩୩୦ ଜଣଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାର ପ୍ରସ୍ତୁତ ତଥ୍ୟ ଅନୁଯାୟୀ ଏପ୍ରିଲ ୧ରୁ ଅଗଷ୍ଟ ୧୭ ମଧ୍ୟରେ ବର୍ଷା ଏବଂ ବନ୍ୟା ଯୋଗୁଁ ୧୦୧ ଜଣ ନିଖୋଜ ଅଛନ୍ତି ଓ ୧୫୮୩ ଜଣ ଆହତ ହୋଇଛନ୍ତି। ବର୍ଷା, ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ୩୩୫ ଜିଲ୍ଲା ପ୍ରଭାବିତ ହୋଇଛି।  ୮୯୨ ଜଣ ବନ୍ୟା ଜଳ‌ରେ ବୁଡ଼ି ଯାଇଛନ୍ତି। ୫୦୬ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୧୮୬ ଜଣଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଛି। ମୌସୁମୀ ଋତୁ‌ରେ ଅନ୍ୟାନ୍ୟ କାରଣ ପାଇଁ ମୋଟ୍‌ ୪୫୪ ଲୋକଙ୍କ ମୃତ୍ୟୁ ହୋଇଛି। ବିହାର ଏବଂ ହିମାଚଳପ୍ରଦେଶ ବାଦ୍‌ ଗୁଜରାଟରେ ବର୍ଷା, ବନ୍ୟା, ଭୂସ୍ଖଳନ ଏବଂ ବଜ୍ରପାତରେ ୧୬୫ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ୧୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୧୦୭ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିପରି ଛତିଶଗଡ଼ରେ ୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ୭୫ ଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ରାଜ୍ୟରେ ମୋଟ୍‌ ୧୬୦ ଏନଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।

Related posts

ଆଜି ଆପର ସାମୁହିକ ଉପବାସ

mahabharatanews

ଦେଶରେ କରୋନା ସଂକ୍ରମଣ ହ୍ରାସ ; ୩,୯୪୭ କରୋନା ପଜିଟିଭ ଚିହ୍ନଟ

mahabharatanews

ସରକାରୀ ବଙ୍ଗଳା ଖାଲି କରିବେନି ସାଂସଦ ରାଘବ ଚଢା

mahabharatanews